Masthead

ମା’-ଝିଅ ୩ଦିନ ଜଗିଲେ ଶବ

ଖଇରପୁଟ (ବଡ଼ ଖବର ବ୍ୟୁରୋ): ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡ଼ା ପଞ୍ଚାୟତର ତାଗାବେଡ଼ା ଗ୍ରାମରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଗତ ବୁଧବାର ଉକ୍ତ ଗ୍ରାମର ଶଙ୍କର ମୁଦୁଲି(୫୫) ନିଜ ଚାଷଜମିକୁ ଫସଲ ଜଗିବା ପାଇଁ ଯାଇଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ସେ ଆଉ ଘରକୁ ଫେରି ନଥିଲେ। ଶଙ୍କରଙ୍କ ପତ୍ନୀ ଶୁକ୍ରୀ ଏବଂ ଝିଅ ବୁଦାଇ ଅନେକ ଖୋଜା ଖୋଜି କରି ଜମି ନିକଟରେ ମୃତ୍ୟୁ ଅବସ୍ଥାରେ ଶଙ୍କରଙ୍କୁ ପାଇଥିଲେ। ତାଙ୍କ ଶରୀରରେ ତୀରର ଆଘାତ ଯୋଗୁ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ତେବେ କେହି ହତ୍ୟା କରି ଥିବାର ଗ୍ରାମବାସୀ ସନ୍ଦେହ କରୁଛନ୍ତି । ନିଜ ନିଜ ଜୀବନ ପ୍ରତି ଭୟ ରହିଥିବା ଯୋଗୁ କେହି ସାହାଯ୍ୟ ସହଯୋଗ କରିବାକୁ ଆସି ନଥିଲେ। ସ୍ତ୍ରୀ ଶୁକ୍ରୀ ଏବଂ ଝିଅ ବୁଦାଇଙ୍କ ଆକୁଳ ନିବେଦନକୁ କେହି ଶୁଣି ନ ଥିଲେ। ଯାହା ଫଳରେ ଶୀତ ଏବଂ କାକର ରାତିରେ ଉଭୟ ମା’ ଏବଂ ଝିଅ ୩ଦିନ କାଳ ଶବକୁ ଜଗି ରହିଥିଲେ। ଏହି ଭଳି ଦାରୁଣ ମାନବିକତାହୀନ କାର୍ଯ୍ୟକୁ ସମେସ୍ତ ଦେଖୁଥିଲେ ମଧ୍ୟ କେହି ସାହାଯ୍ୟର ହାତ ନ ବଢ଼ାଇବା ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ। ୩ ଦିନ ପରେ କିଛି ଗ୍ରାମବାସୀଙ୍କ ସହାୟତାରେ ମା’ ଏବଂ ଝିଅ ଶଙ୍କରଙ୍କ ଶବକୁ ପୋଡ଼ି ଥିଲେ। କିନ୍ତୁ ଏହି ହୃଦୟ ବିଦାରକ ଘଟଣା ସମ୍ବନ୍ଧରେ ସ୍ଥାନୀୟ ପ୍ରଶାସନ ନିକଟରେ କୌଣସି ସୂଚନା ନ ଥିବା ଜଣାପଡ଼ିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା