Masthead

ସ୍ୱାମୀଙ୍କ ମୃତ୍ୟୁ ପରେ କିପରି ଅଛନ୍ତି ଅନୁ

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ଗରିବମାନଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି ସତ, ହେଲେ ଏସବୁ ଯୋଜନା ସତେ ଯେପରି ଅଭିଶାପ ପାଲଟି ଯାଇଛି ଅସହାୟ ମହିଳା ଅନୁଙ୍କ ପରିବାର ପାଇଁ। ବେସାହାରା ଅନୁ ବରିହା । ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଛନ୍ତି ଅନୁ । ଗୋଟେ ପଟେ ପରିବାରର ବୋଝ, ଅନ୍ୟପଟେ ତିନିପିଲାଙ୍କ ଭବିଷ୍ୟତର ଚିନ୍ତା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଲଉଡିଦର୍ହା ଗ୍ରାମରେ ରହନ୍ତି ଅନୁ । ସ୍ୱାମୀଙ୍କ ମୃତ୍ୟୁ ପରେ ୩ ପୁଅ ଝିଅଙ୍କୁ ଧରି ବଞ୍ଚିବାର ରାହା ଖୋଜୁଛନ୍ତି ଅନୁ। ଅନୁ ବରିହାଙ୍କ ସ୍ୱାମୀ ନୁରାଲାଲ ବରିହା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ କିଛିଦିନ ତଳେ ମୃତ୍ୟୁବରଣ କରିଥିଲେ। ମୂଲ ମଜୁରି ଲାଗି ପରିବାର ପ୍ରତିପୋଷଣ କରୁଥିଲେ ନୁରାଲାଲ । ସ୍ୱାମୀଙ୍କ ମୃତ୍ୟୁ ପରେ ତିନି ପିଲାଙ୍କ ଲାଳନପାଳନ କରିବା ଚିନ୍ତାରେ ବିଧବା ଅନୁ । ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଘର, ନା ଦୁଇଓଳି ଅଛି ଖାଇବାକୁ । ଏଭଳି ପରିସ୍ଥିତିରେ ପରଘରେ ମୁଣ୍ଡ ଗୁଞ୍ଜିବା ସହ ପରକୁ ହାତ ଟେକିବା ଛଡା ଆଉ କିଛି ଉପାୟ ନାହିଁ ଏହି ଅସହାୟ ପରିବାର ପାଖରେ । ଅନୁଙ୍କର ଅଛନ୍ତି ୨ଝିଅ ଓ ଗୋଟିଏ ପୁଅ । ଝାଟି ମାଟିର ଘର ଭାଙ୍ଗିଯିବା ପରେ ଅତି ଦୟନୀୟ ଅବସ୍ଥାରେ ସେ ଏବେ ରହିଛନ୍ତି। ସରକାରୀ ସହାୟତା କହିଲେ କେବଳ ମାସିକ ରାସନ ସାମଗ୍ରୀ । ଏମିତିକି ୩ ପିଲାଙ୍କ ମଧ୍ୟରୁ କେବଳ ବଡ଼ ଝିଅ ପାଠ ପଢୁଛନ୍ତି।

ଏ ସମ୍ପର୍କରେ ଲଉଡିଦର୍ହା ସରପଞ୍ଚଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ ପୂର୍ବରୁ ନୁରାଲାଲଙ୍କ ବାପାଙ୍କ ନାମରେ ଇନ୍ଦିରା ଆବାସ ଯୋଜନାରେ ଘର ଆସିଥିଲା । ବ୍ୟାଙ୍କ ଆକାଉଣ୍ଟ, ଆଧାରକାର୍ଡ ଦେଇ ନ ଥିବାରୁ କାର୍ଯ୍ୟାଦେଶ ଦିଆଯାଇ ପାରିନ ଥିଲା । ଏ ବର୍ଷ ଘରର କୋଟା ସରିଯାଇଛି। ନୂଆକରି ଫର୍ମ ପୂରଣ କରି ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ସରପଞ୍ଚ । ଅତି ଦୟନୀୟ ଅବସ୍ଥାରେ ଅନୁ ଓ ତାଙ୍କ ପିଲାମାନେ ଜୀବନ ବିତାଉଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ