ସ୍ୱାମୀଙ୍କ ମୃତ୍ୟୁ ପରେ କିପରି ଅଛନ୍ତି ଅନୁ

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ଗରିବମାନଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି ସତ, ହେଲେ ଏସବୁ ଯୋଜନା ସତେ ଯେପରି ଅଭିଶାପ ପାଲଟି ଯାଇଛି ଅସହାୟ ମହିଳା ଅନୁଙ୍କ ପରିବାର ପାଇଁ। ବେସାହାରା ଅନୁ ବରିହା । ସ୍ୱାମୀଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଛନ୍ତି ଅନୁ । ଗୋଟେ ପଟେ ପରିବାରର ବୋଝ, ଅନ୍ୟପଟେ ତିନିପିଲାଙ୍କ ଭବିଷ୍ୟତର ଚିନ୍ତା । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଲଉଡିଦର୍ହା ଗ୍ରାମରେ ରହନ୍ତି ଅନୁ । ସ୍ୱାମୀଙ୍କ ମୃତ୍ୟୁ ପରେ ୩ ପୁଅ ଝିଅଙ୍କୁ ଧରି ବଞ୍ଚିବାର ରାହା ଖୋଜୁଛନ୍ତି ଅନୁ। ଅନୁ ବରିହାଙ୍କ ସ୍ୱାମୀ ନୁରାଲାଲ ବରିହା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ଅଭାବରୁ କିଛିଦିନ ତଳେ ମୃତ୍ୟୁବରଣ କରିଥିଲେ। ମୂଲ ମଜୁରି ଲାଗି ପରିବାର ପ୍ରତିପୋଷଣ କରୁଥିଲେ ନୁରାଲାଲ । ସ୍ୱାମୀଙ୍କ ମୃତ୍ୟୁ ପରେ ତିନି ପିଲାଙ୍କ ଲାଳନପାଳନ କରିବା ଚିନ୍ତାରେ ବିଧବା ଅନୁ । ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଘର, ନା ଦୁଇଓଳି ଅଛି ଖାଇବାକୁ । ଏଭଳି ପରିସ୍ଥିତିରେ ପରଘରେ ମୁଣ୍ଡ ଗୁଞ୍ଜିବା ସହ ପରକୁ ହାତ ଟେକିବା ଛଡା ଆଉ କିଛି ଉପାୟ ନାହିଁ ଏହି ଅସହାୟ ପରିବାର ପାଖରେ । ଅନୁଙ୍କର ଅଛନ୍ତି ୨ଝିଅ ଓ ଗୋଟିଏ ପୁଅ । ଝାଟି ମାଟିର ଘର ଭାଙ୍ଗିଯିବା ପରେ ଅତି ଦୟନୀୟ ଅବସ୍ଥାରେ ସେ ଏବେ ରହିଛନ୍ତି। ସରକାରୀ ସହାୟତା କହିଲେ କେବଳ ମାସିକ ରାସନ ସାମଗ୍ରୀ । ଏମିତିକି ୩ ପିଲାଙ୍କ ମଧ୍ୟରୁ କେବଳ ବଡ଼ ଝିଅ ପାଠ ପଢୁଛନ୍ତି।

ଏ ସମ୍ପର୍କରେ ଲଉଡିଦର୍ହା ସରପଞ୍ଚଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ ପୂର୍ବରୁ ନୁରାଲାଲଙ୍କ ବାପାଙ୍କ ନାମରେ ଇନ୍ଦିରା ଆବାସ ଯୋଜନାରେ ଘର ଆସିଥିଲା । ବ୍ୟାଙ୍କ ଆକାଉଣ୍ଟ, ଆଧାରକାର୍ଡ ଦେଇ ନ ଥିବାରୁ କାର୍ଯ୍ୟାଦେଶ ଦିଆଯାଇ ପାରିନ ଥିଲା । ଏ ବର୍ଷ ଘରର କୋଟା ସରିଯାଇଛି। ନୂଆକରି ଫର୍ମ ପୂରଣ କରି ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି ସରପଞ୍ଚ । ଅତି ଦୟନୀୟ ଅବସ୍ଥାରେ ଅନୁ ଓ ତାଙ୍କ ପିଲାମାନେ ଜୀବନ ବିତାଉଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ