Masthead

ମମତା ଦିଦି ଦେଲେ ସାଲ୍, ନବୀନ ଦେଲେ ତିନିରଥର ପ୍ରତିକୃତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭେଟିଲେ ଦୁଇ ମୁଖ୍ୟମନ୍ତ୍ରୀ । ଗୁରୁବାର ଅପରାହ୍ନରେ ନବୀନ ନିବାସରେ ହେଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତ । ଦେଶ ରାଜନୀତିର ଦୁଇ ଚର୍ଚ୍ଚିତ ରାଜନେତା ଏକାଠି ହେଲେ । ବେଶ୍ କିଛି ସମୟ ଧରି କଥାହେଲେ । କିନ୍ତୁ ଉଭୟଙ୍କ ଭିତରେ କୌଣସି ରାଜନୀତି କଥା ନ ଥିଲା ବୋଲି ମତ ଦେଲେ । ୟେ ହେଉଛି ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ସମୟର ଦୃଶ୍ୟ ।

https://youtu.be/_8u99lWIuXE

ପୁରୀରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ଜମି ଦେଇଥିବାରୁ ମମତା ଧନ୍ୟବାଦ ଜଣାଇଥିଲେ । ଏହାସହ ପଶ୍ଚିମବଙ୍ଗ ସ୍ୱାର୍ଥ ସମ୍ବଳିତ ବିଷୟ ଗୁଡ଼ିକ ମଧ୍ୟ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପିତ କରିଥିଲେ ମମତା । ନବୀନଙ୍କ ପାଇଁ ମମତା ଉପହାରରେ ପଶ୍ଚିମବଙ୍ଗରୁ ଆଣିଛନ୍ତି ପ୍ରସିଦ୍ଧ ସାଲ୍ । ଆଉ ନବୀନ ମମତାଙ୍କୁ ଭବ୍ୟ ସ୍ବାଗତ କରିବା ସହ ଉପହାରରେ ଦେଇଥିଲେ ରୁପାତାରକାସିରେ ନିର୍ମିତ ବୋଇତ ଓ ତିନି ରଥର ପ୍ରତିକୃତି ।

ଆଲୋଚନା ପରେ ନବୀନ କହିଥିଲେ, ଏହା ସଂପୂର୍ଣ୍ଣ ସୌଜନଯମୂଳକ ସାକ୍ଷାତ ଥିଲା । କୌଣସି ରାଜନୈତିକ ସମୀକରଣ ସଂପର୍କରେ କଥା ହୋଇନୁ । ଦେଶରେ ସଂଘୀୟ ବ୍ୟବସ୍ଥା କିଭଳି ଦୃଢ ରହିବ ସେ ବିଷୟରେ କଥା ହେଲୁ ।

ବିଜେଡି ସୁପ୍ରିମୋ ଓ ଟିଏମସି ସୁପ୍ରିମୋଙ୍କ ସାକ୍ଷାତ ଉପରେ ଥିଲା ସାରାଦେଶର ନଜର । କାହିଁକି ନା ଆଗକୁ ନିର୍ବାଚନ । ଉଭୟଙ୍କ ରାଜନୈତିକ ଶତ୍ରୁ ବିଜେପି । ଆଉ ଉଭୟ ବିଜେପି-କଂଗ୍ରେସଠାରୁ ସମଦୂରରେ । ତେଣୁ ଉଭୟଙ୍କ ସାକ୍ଷାତ ନୂଆ ରାଜନୈତିକ ସମୀକରଣ ତିଆରି କରିବ କି ଚର୍ଚ୍ଚା ହେବା ସ୍ୱାଭାବିକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ