Masthead

ମଣିଷ ଖିଆ ବାଘ ଯୋଗୁଁ ଲୋକେ ଭୟଭୀତ

ଭୁୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ନୂଆପଡ଼ାରେ ବାଘ ଆତଙ୍କ । ମଣିଷ ଖିଆ ବାଘ ଯୋଗୁଁ ଲୋକେ ଭୟଭୀତ । କେତେବେଳେ ମଣିଷ ମାରି ଖାଉଛି ତ କେତେବେଳେ ଗାଇ ବାଛୁରୀ ମାରି ଖାଉଛି ବାଘ । ବାଘ ଭୟରେ ଲୋକେ ଘରୁ ବାହାରିବା ବି ବନ୍ଦ କରି ସାରିଲେଣି ।

ନୂଆପଡ଼ା ସୁନାବେଡାରେ ମଣିଷ ଖିଆ ବାଘ ଆତଙ୍କ । ୩ ଦିନ ଧରି ଆତଙ୍କ ଖେଳାଇଛି ବାଘ । ସୋମାବାର ଜଣେ ବୃଦ୍ଧାଙ୍କୁ ତାଙ୍କ ଘରବାଡିରୁ ଭିଡି ନେଇ ମାରି ଦେଇଥିଲା ବାଘ । ମଙ୍ଗଳବାର ରାମସିଂ ମାଝୀଙ୍କ ଗୁହାଳରୁ ବାଛୁରୀକୁ ଝାମ୍ପି ନେଇଛି ।ନୂଆପଡ଼ାର ସୁନାବେଡା, ସୋସେଙ୍ଗ , ଧରମବନ୍ଧା, ଆମାନାରା ଅଞ୍ଚଳରେ ଏବେ ଆତଙ୍କ ଖେଳାଇଛି ମଣିଷ ଖିଆ କଲରାତରିଆ ବାଘ। ବାଘ ଭୟରେ ସନ୍ଧ୍ୟା ନ ହେଉଣୁ ତାଟିକବାଟ ପଡି ଯାଉଛି। ଲଘୁ ବନଜାତ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଉ ଥିବା ଲୋକଙ୍କ ଜୀବିକା ଏବେ ପ୍ରଭାବିତ ହୋଇଛି। ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବନ ବିଭାଗ ଲଗାଇଛି ସିସିଟିଭି । ଲୋକଙ୍କୁ ସଚେତନ କରିବା ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସୁନାବେଡା ଅଭୟାରଣ୍ୟ ବାଘ ପାଇଁ ଅଭୟ ପରିବେଶ ପାଲଟି ଥିବା ବେଳେ ଭିନ୍ନ ଭିନ୍ନ ଜାଗାରେ ବାଘ ଦେଖା ଯାଉଥିବାରୁ ବନ ଵିଭାଗ ବି ନାକେଦମ ହେଲାଣି। ଥରେ ମଣିଷ ମାରି ଥିବା ବାଘ ପୁଣି ଯେ ଗାଁ ମୁହାଁ ନ ହେବ ଏ କଥାକୁ ଏଡାଇ ଦେଇ ହେବନି। ଶୀଘ୍ର ବନ୍ୟ ପ୍ରାଣୀ ବିଭାଗ ବାଘ ଉପରେ ନଜର ରଖି ଜଂଗଲ ଭିତରକୁ ଘଉଡ଼ାଇଲେ ଲୋକେ ସୁରକ୍ଷିତ ମଣିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା