Masthead

ମମିତା ମେହେର ନିଖୋଜ ମିଷ୍ଟ୍ରି

(ବଡ଼ ଖବର ବ୍ୟୁରୋ):  ମମିତା ମେହେର ନିଖୋଜ ମିଷ୍ଟ୍ରି । ମାଟି ତଳୁ ମିଳିଲା ପୋଡ଼ା ଅଂଶ । ପାଉଁଜି, ସୁନା ଚେନ୍, ବ୍ୟାଗ ଉଦ୍ଧାର କରିଛି ପୋଲିସ । ଯାହା ଶିକ୍ଷୟତ୍ରୀ ମମିତା ମେହେରଙ୍କ ବୋଲି ଚିହ୍ନଟ କରିଛନ୍ତି ପରିବାର । ଖାଲି ସେତିକି ନୁହେଁ ମିଳିଛି ଦଗ୍ଧ ମୃତଦେହ । କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସ କରୁଥିଲା ତନାଘନା ।

ସକାଳେ ସ୍କୁଲ ଷ୍ଟାଡିୟମରେ ଦୀର୍ଘ ୩ ଘଣ୍ଟାରୁ ଅଧିକ ହୋଇଥିଲା ଖୋଳାଖୋଳି । ୭ ଫୁଟରୁ ଅଧିକ ଖୋଳିବା ପରେ ମିଳିଥିଲା ଦଗ୍ଧ ମୃତହେହ । ପାଖରେ ପଡ଼ିଥିଲା ପୋଡା କାଠ । ମୃତଦେହଟି ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ତାକୁ ଚିହ୍ନବା ସହଜ ନଥିଲା । ମୃତଦେହଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଡିଏନଏ ଟେଷ୍ଟ ହେବ ବୋଲି କହିଛି ପୋଲିସ । ଖୋଳିବା ସମୟରେ ମମିତାଙ୍କ ସଂପର୍କୀୟ ଉପସ୍ଥିତ ଥିଲେ ।

ସବୁଠାରୁ ବଡ଼ କଥା ହେଉଛି ଯେଉଁ ଷ୍ଟାଡିୟମରେ ମମିତାଙ୍କୁ ପୋଡ଼ାଯାଇ ପୋତା ଯାଇଥିଲା ସେହି ଷ୍ଟାଡିୟମର ନିର୍ମାଣ ଦାୟିତ୍ୱ ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ ନେଇଥିଲା । ମମିତାଙ୍କ ପ୍ରମାଣ ନଷ୍ଟ କରିବା ପାଇଁ ସବୁ ବ୍ୟବସ୍ଥା କରିଥିଲା ଗୋବିନ୍ଦ ସାହୁ । ଏଭଳି ଅଭିଯୋଗ କରିଛନ୍ତି ମମିତାଙ୍କ ପରିବାର ।

ସେପଟେ ଷ୍ଟାଡିୟମ ଖୋଳାଯାଉଛି, ଏବଂ ମମିତାଙ୍କ ମୃତଦେହ ମିଳିବା ଖବର ପ୍ରଘଟ ହେବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଷ୍ଟାଡିୟମରେ କରାଯାଇଥିଲା ପୋଲିସ ଛାଉଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ