Masthead

ମମିତା ମେହେର ନିଖୋଜ ମିଷ୍ଟ୍ରି

(ବଡ଼ ଖବର ବ୍ୟୁରୋ):  ମମିତା ମେହେର ନିଖୋଜ ମିଷ୍ଟ୍ରି । ମାଟି ତଳୁ ମିଳିଲା ପୋଡ଼ା ଅଂଶ । ପାଉଁଜି, ସୁନା ଚେନ୍, ବ୍ୟାଗ ଉଦ୍ଧାର କରିଛି ପୋଲିସ । ଯାହା ଶିକ୍ଷୟତ୍ରୀ ମମିତା ମେହେରଙ୍କ ବୋଲି ଚିହ୍ନଟ କରିଛନ୍ତି ପରିବାର । ଖାଲି ସେତିକି ନୁହେଁ ମିଳିଛି ଦଗ୍ଧ ମୃତଦେହ । କଳାହାଣ୍ଡି ମହାଲିଙ୍ଗ ସନସାଇନ ସ୍କୁଲର ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ଘଟଣାରେ ପୋଲିସ କରୁଥିଲା ତନାଘନା ।

ସକାଳେ ସ୍କୁଲ ଷ୍ଟାଡିୟମରେ ଦୀର୍ଘ ୩ ଘଣ୍ଟାରୁ ଅଧିକ ହୋଇଥିଲା ଖୋଳାଖୋଳି । ୭ ଫୁଟରୁ ଅଧିକ ଖୋଳିବା ପରେ ମିଳିଥିଲା ଦଗ୍ଧ ମୃତହେହ । ପାଖରେ ପଡ଼ିଥିଲା ପୋଡା କାଠ । ମୃତଦେହଟି ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଥିବାରୁ ତାକୁ ଚିହ୍ନବା ସହଜ ନଥିଲା । ମୃତଦେହଟି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଡିଏନଏ ଟେଷ୍ଟ ହେବ ବୋଲି କହିଛି ପୋଲିସ । ଖୋଳିବା ସମୟରେ ମମିତାଙ୍କ ସଂପର୍କୀୟ ଉପସ୍ଥିତ ଥିଲେ ।

ସବୁଠାରୁ ବଡ଼ କଥା ହେଉଛି ଯେଉଁ ଷ୍ଟାଡିୟମରେ ମମିତାଙ୍କୁ ପୋଡ଼ାଯାଇ ପୋତା ଯାଇଥିଲା ସେହି ଷ୍ଟାଡିୟମର ନିର୍ମାଣ ଦାୟିତ୍ୱ ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ ନେଇଥିଲା । ମମିତାଙ୍କ ପ୍ରମାଣ ନଷ୍ଟ କରିବା ପାଇଁ ସବୁ ବ୍ୟବସ୍ଥା କରିଥିଲା ଗୋବିନ୍ଦ ସାହୁ । ଏଭଳି ଅଭିଯୋଗ କରିଛନ୍ତି ମମିତାଙ୍କ ପରିବାର ।

ସେପଟେ ଷ୍ଟାଡିୟମ ଖୋଳାଯାଉଛି, ଏବଂ ମମିତାଙ୍କ ମୃତଦେହ ମିଳିବା ଖବର ପ୍ରଘଟ ହେବା ପରେ ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା । ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଷ୍ଟାଡିୟମରେ କରାଯାଇଥିଲା ପୋଲିସ ଛାଉଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ