Masthead

କାମ ନ କରି ଖାଇଗଲେ

ଖଲ୍ଲିକୋଟ, (ବଡ଼ ଖବର ବ୍ୟୁରୋ): ମନରେଗା ଯୋଜନାରେ ଖାଇଗଲେ ଟଙ୍କା। କାମ ନ କରି ଚଳୁ କରିଦେଲେ ଲକ୍ଷ ଲକ୍ଷ ଟଙ୍କା। ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପାଇଁ ମଞ୍ଜୁରୀ ମିଳିବା ପରେ ସେହି ରାସ୍ତାରେ ମନରେଗା (ୱାର୍କ କୋଡ୍-୨୪୩୨୫୦୯) ମାଧ୍ୟମରେ ରାସ୍ତା କରିବା ନାଁରେ ଖାଇଗଲେ ଟଙ୍କା। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଆଇତିପୁର ପଞ୍ଚାୟତରେ। ବଡ଼କ୍ଷେତାଠାରୁ ଖାରିପଲ୍ଲୀ ରାସ୍ତା ନିର୍ମାଣ ନାଁରେ ୨୦୧୮ ଫେବୃଆରୀ ମାସରେ ମନରେଗା କାର୍ଯ୍ୟ ଆରମ୍ଭ କରି ପ୍ରାୟ ୪ଲକ୍ଷ ଟଙ୍କା ଉଠାଯାଇଥିଲା। ତେବେ ସେହି ମାସରୁ ଉକ୍ତ ରାସ୍ତାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ଆସି କାମ ଆରମ୍ଭ ହୋଇଥିଲା।

ତଥ୍ୟ ଅନୁଯାୟୀ, ରାସ୍ତାରେ ମନରେଗା ମାଧ୍ୟମରେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ପାଇଁ ମଞ୍ଜୁରୀ ପରେ ଟଙ୍କା ଉଠାଗଲା। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଲଙ୍ଗଳେଶ୍ୱରଠାରୁ ଘୋଡ଼ାପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଅନୁମୋଦନ ହୋଇଥିବା ବେଳେ ସେହି ରାସ୍ତାରେ ବଡ଼କ୍ଷେତା ଓ ଖାରିପଲ୍ଲୀ ରାସ୍ତା ମଧ୍ୟ ରହିଛି। ଉକ୍ତ ରାସ୍ତା ନିର୍ମାଣରେ ଦୁର୍ନୀତି ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି। ଏ ନେଇ ଆଇତିପୁର ପଞ୍ଚାୟତ କନିଷ୍ଠ ଯନ୍ତ୍ରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ନୂତନ ଭାବେ ଏହି ପଞ୍ଚାୟତରେ ଯୋଗ ଦେଇଥିବା ରୁ କିଛି ଜାଣି ନ ଥିବା କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ