Masthead

୭ ପ୍ରବାସୀ ଶ୍ରମିକ ଉଦ୍ଧାର

କୋକସରା, (ବଡ଼ ଖବର ବ୍ୟୁରୋ): ୮୦ ହଜାର ଟଙ୍କାରେ ବନ୍ଧା ପଡ଼ିଥିଲେ ଦୁଇ ଶ୍ରମିକ। ଟଙ୍କା ଲାଗି ସହିବାକୁ ପଡୁଥିଲା ଅସହ୍ୟ ଅତ୍ୟାଚାର। କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରୁ ଦୁଇ ଶ୍ରମିକ ମଧ୍ୟପ୍ରଦେଶରେ ଦାଦନ ଖଟୁଥିଲେ। ଟଙ୍କା ଲାଗି ଠିକାଦାର ସେମାନଙ୍କୁ ଶୋଷଣ କରୁଥିବା ପରିବାର ଲୋକେ ଜାଣିପାରିଥିଲେ। ଏନେଇ ପରିବାର ଲୋକେ କୋକସରା ପୋଲିସକୁ ଜଣାଇଥିଲେ। ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ଏହି ଦୁଇ ଶ୍ରମିକଙ୍କ ସହ ଆଉ ୫ଜଣଙ୍କୁ ମଧ୍ୟ ଉଦ୍ଧାର କରିଛି। ଶୁକ୍ରବାର ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ଥାନା ଅଧିକାରୀ ବାସୁଦେବ ଛତ୍ରିଆ।

ଅଭିଯୋଗ ଅନୁଯାୟୀ, କୋକସରା ଥାନା ଛତାଗୋଇରା ଗ୍ରାମର କୃଷ୍ଣ ଦୁର୍ଗା ନାମକ ଜଣେ ବ୍ୟକ୍ତି ଇନ୍ଦୋରର ଜଣେ ବୋରିଂ ଠିକାଦାର ପାଖରେ ୮୦ ହଜାର ଟଙ୍କାରେ ଦୁଇ ଭାଇଙ୍କୁ ବନ୍ଧା ପକାଇ ନାନା ନିର୍ଯାତନା ଦେଉଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା। ପରେ କୋକସରା ପୋଲିସ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଏଏସଆଇ ଜନ୍ମେଜୟ ବାଗଙ୍କ ନେତୃତ୍ୱରେ ଏହି ଟିମ୍ ମଧ୍ୟପ୍ରଦେଶର ରତଲମ୍ ଜିଲ୍ଲାରେ ପହଞ୍ଚିଥିଲା। ସେଠାରୁ ୭ଜଣ ଶ୍ରମିକଙ୍କୁ ବୋରିଂ ଠିକାଦାର ପାଖରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ କୋକସରା ଥାନା ଅଧୀନ ରଏନଗୁଡ଼ାର ହୋଇଥିବା ବେଳେ ପାଞ୍ଚଜଣ ଆମପାଣି ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ପୋଲିସର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼