ସ୍ୱୟଂ ସହାୟକ ଗୋଷ୍ଠୀ ସହ ପ୍ରଶାସନର ଚଞ୍ଚକତା

ପଦ୍ମପୁର, (ବଡ଼ ଖବର ବ୍ୟୁରୋ): ସରକାର ନାରୀ ସଶକ୍ତିକରଣ ଲାଗି ଯୋଜନା ପ୍ରଣୟନ କରିଛନ୍ତି। ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ମହିଳାଙ୍କୁ କାମ ଦିଆଯାଉଛି। ହେଲେ ବାସ୍ତବରେ ଏହା କାର୍ଯକାରୀ ହେଉ ନ ଥିବା ଅଭିଯୋଗ ହେଉଛି। ପାଇକମାଳ ବ୍ଲକରୁ ଆସିଛି ଏଭଳି ଅଭିଯୋଗ। ସ୍ୱୟଂ ସହାୟକ ଗୋଷ୍ଠୀ ସହ ପ୍ରଶାସନ ଚଞ୍ଚକତା କରିଥିବା ଅଭିଯୋଗ ହୋଇଛି। ପାଇକମାଲ ବ୍ଲକ ସମନ୍ୱିତ ଶିଶୁ ବିକାଶ ସମିତିରେ ଛତୁଆ ବଣ୍ଟନ ଓ ଯୋଗାଣ ନିମେନ୍ତେ ଲାଞ୍ଚ କାରବାର ହେଉଥିବା ଅଭିଯୋଗ ଆଣି ଧାରଣାରେ ବସିଛନ୍ତି ମହିଳା।

୨୦୨୦ ଫେବୃଆରୀ ୨୮ରେ ଆଇସିଡିଏସ ପାଇକମାଳ ତରଫରୁ ଛତୁଆ ତିଆରି ଓ ଯୋଗାଣ ପାଇଁ ସାଧା କାଗଜରେ ଆବେଦନପତ୍ର ନିମନ୍ତ୍ରଣ କରାଯାଇଥିଲା। ମୋଟ ୧୮ ସ୍ୱୟଂ ସହାୟିକା ଗୋଷ୍ଠୀ ଆବେଦନ କରିଥିଲେ। ଜୁଲାଇ ୭ରେ ଚୟନ କମିଟି ଦସ୍ତାବିଜ ଯାଞ୍ଚ ଓ ପ୍ରଶ୍ନୋତ୍ତର ମାଧ୍ୟମରେ ମାର୍କିଂ କରିଥିଲେ। ପରେ କ୍ଷେତ୍ର ପରିଦର୍ଶନ କରାଯିବ ବୋଲି କୁହାଯାଇଥିଲା। କ୍ଷେତ୍ର ପରିଦର୍ଶନ କରା ନ ଯିବାରୁ ସନ୍ଦେହରେ କିଛି ସଦସ୍ୟା ସୂଚନା ଅଧିକାର ଆଇନରେ ତଥ୍ୟ ମାଗିଥିଲେ। ଚୟନ ସମୟର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ମାର୍କସିଟ୍ ନାହିଁ ବୋଲି ଜନସୂଚନା ଅଧିକାରୀ ଜଣାଇଥିଲେ।

ଚୟନ କରାଯାଇଥିବା ଦୁଇ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦସ୍ତାବିଜରେ ଅନେକ ତ୍ରୁଟି ରହିଥିବା ଅଭିଯୋଗ ହୋଇଛି। ସେମାନଙ୍କ ଆବଶ୍ୟକ ନିଜସ୍ୱ ଛତୁଆ ତିଆରି ମେସିନ, ପେଷା ମେସିନ, ଭଜା ମେସିନ ନ ଥାଇ କିଭଳି ଯୋଗାଣ ଅନୁମତି ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି। ଚୟନ ପକ୍ରିୟାରେ ଅନିୟମିତତା ହୋଇଛି। ଲାଞ୍ଚ ନେଇ ଦୁଇଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ବଛାଯାଇଛି। ଏଥିପାଇଁ ଆଠଟି ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଏହାର ତଦନ୍ତ ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ମଧ୍ୟ ଦାଖଲ କରିଛନ୍ତି। ଦାବି ପୂରଣ ନ ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବ୍ଲକ ଅଫିସ ସାମନାରେ ଧାରଣାରେ ବସିବେ ବୋଲି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!