Masthead

ମଣିପୁରରେ ବଦଳିବେ କି ମୁଖ୍ୟମନ୍ତ୍ରୀ? ଦିଲ୍ଲୀ ପହଞ୍ଚିଲେ ମଣିପୁରର କିଛି ବିଧାୟକ ।

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମଣିପୁରରେ ବଦଳିବେ କି ମୁଖ୍ୟମନ୍ତ୍ରୀ? ମଣିପୁରରେ ହେବ କି ପଟ୍ଟ ପରିବର୍ତ୍ତନ? ଏହାରି ମଧ୍ୟରେ ଦିଲ୍ଲୀ ଗସ୍ତରେ ଅଛନ୍ତି ମଣିପୁରର କିଛି ବିଧାୟକ । ଚର୍ଚ୍ଚା ହେଉଛି ଏହି ନେତାମାନେ ଦିଲ୍ଲୀରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବା ସହିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ ବଦଳାଇବା ନେଇ ଦାବି କରିପାରନ୍ତି । ମଣିପୁରରେ ହିଂସାକୁ ନେଇ ଏହି ରାଜ୍ୟରେ ରାଜନୀତି ଜୋର ଧରିଛି । ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂଙ୍କ ଉପରେ ମଧ୍ୟ ଅନେକ ପ୍ରଶ୍ନ ଚିହ୍ନ ରହିଛି । ବିରୋଧୀ ବହୁ ବାର୍ ତାଙ୍କୁ ପଦରୁ ହଟାଇବାକୁ ଦାବି କରି ଆସୁଥିବାବେଳେ, ଏହି ରାଜ୍ୟରେ କ୍ଷମତାର ପଟ୍ଟ ପରିବର୍ତ୍ତନ ହେଇପାରେ ବୋଲି କୁହାଯାଉଛି । ତେବେ ନିଜେ ବୀରେନ୍ ସିଂ ଏହି ଦାବିକୁ ଖାରଜ କରୁଥିବାବେଳେ, ତାଙ୍କର ବିରୋଧୀ ଏପରି କଥା ପ୍ରଘଟ କରୁଛନ୍ତି ବୋଲି ସେ କହିଛନ୍ତି ।

କହିରଖୁ ଯେ, ୩ ମେ’ ୨୦୨୩ରେ ମଣିପୁରରେ ଭୟଙ୍କର ହିଂସା ଦେଖିବାକୁ ମିଳିଥିଲା। ଏହି ହିଂସାରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ମଣିପୁର ହାଇକୋର୍ଟ ୨୭ ମାର୍ଚ୍ଚ ୨୦୨୩ରେ ମେତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି (ଏସଟି) ତାଲିକାରେ ଅନ୍ତର୍ଭୁକ୍ତ କରିବାକୁ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପରେ ମଣିପୁରରେ ଜାତିଗତ ହିଂସା ଆରମ୍ଭ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ