Masthead

ସରକାରୀ ନିୟମକୁ ଅଧ୍ୟାପକଙ୍କ ଫୁ

କୃଷ୍ଣପ୍ରସାଦ, (ବଡ଼ ଖବର ବ୍ୟୁରୋ): ସରକାରୀ ନିୟମକୁ ଫୁ । ନିୟମ ମାନୁ ନହାନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ କନ୍ଦାଖାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା । କରୋନା ମହାମରୀ ସମୟରେ ପିଲାଙ୍କୁ ଅନଲାଇନ ଶିକ୍ଷା ଦେବା ପାଇଁ ୨୦୨୦ ଜୁନ ୨୬ ତାରିଖରେ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଚିଠି କରିଥିଲେ ସରକାର । କିନ୍ତୁ କନ୍ଦାଖାଇ କଲେଜରେ ଏପର୍ଯ୍ୟନ୍ତ ଦିନଟିଏ ମଧ୍ୟ ଅନଲାଇନ କ୍ଲାସ ହୋଇନଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ । ଖାଲି ସେତିକି ନୁହେଁ ସମସ୍ତ ଅଧ୍ୟାପକ ଅଧ୍ୟାପିକାଙ୍କୁ ହେଡକ୍ୱାଟର ନଛାଡ଼ିବା ପାଇଁ ସରକାରୀ ନିର୍ଦ୍ଦେଶ ଥିଲେ ସୁଦ୍ଧା ଏହାକୁ ଫୁ କରି ଉଡ଼ାଇ ଦେଇଛନ୍ତି କନ୍ଦାଖାଇ କଲେଜର ଅଧ୍ୟାପକ । ଦୁଇ ତିନି ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତେ ପାଳି କରି କଲେଜ ଆସୁଥିବା ମଧ୍ୟ ଅଭିଯୋଗ ହୋଇଛି । ଅଧ୍ୟାପକ, ଅଧ୍ୟାପିକାମାନଙ୍କର ଏଭଳି ମନମାନି ପାଇଁ ଏବେ କଲେଜର ୨୨୪ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ । ତୁରନ୍ତ ଅଧ୍ୟାପକମାନେ ନିୟମିତ କଲେଜ ଆସିବା ସହ ଅନଲାଇନ କ୍ଲାସ ଆରମ୍ଭ କରିବା ପାଇଁ ଦବି କରିଛନ୍ତି ଅଭିଭାବକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ଜଗତସିଂହପୁରରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ 🔴 ରାତି ଅଧରେ ବୁଲିଲା ଖଣ୍ଡା 🔴 କାର ଅଟୋ ମୁହା-ମୁହିଁ ଅଟୋ, ଚାଳକ ଜୀବନ୍ତ ଦଗ୍ଧ 🔴 ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା 🔴 ଆଜିଠୁ କମିବ ଶୀତ 🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ଜଗତସିଂହପୁରରେ ଘରୋଇ ବସ୍ ଚଳାଚଳ ସ୍ବାଭାବିକ 🔴 ରାତି ଅଧରେ ବୁଲିଲା ଖଣ୍ଡା 🔴 କାର ଅଟୋ ମୁହା-ମୁହିଁ ଅଟୋ, ଚାଳକ ଜୀବନ୍ତ ଦଗ୍ଧ 🔴 ଚିଲିକାରେ ଆରମ୍ଭ ହେଲା ପକ୍ଷୀ ଗଣନା 🔴 ଆଜିଠୁ କମିବ ଶୀତ 🔴 ଖସିଲା ପାରଦ, ବଢିଲା ଶୀତ 🔴 ନୃସଂଶ ସ୍ଵାମୀର ଅମାନୁଷିକ କାଣ୍ଡ 🔴 ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି 🔴 ପୂରା ରାଜ୍ୟକୁ ଥରାଇବ ଶୀତ