ଘରୋଇ ସଂସ୍ଥାକୁ ଯିବ ଭୁବନେଶ୍ବର ବିମାନବନ୍ଦର, ପାରାଦୀପ ବନ୍ଦର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଘରୋଇ ସଂସ୍ଥା ହାତକୁ ଯାଇପାରେ ଭୁବନେଶ୍ୱର ବିମାନବନ୍ଦର, ପାରାଦୀପ ବନ୍ଦର ଏବଂ ଏନଏଚ୍ । କେନ୍ଦ୍ର ସରକାର ଘୋଷଣା କରିଥରବା ଜାତୀୟ ମନିଟାଇଜେଶନ ପ୍ଲାନ ତାଲିକାରେ ରହିଛି ଓଡ଼ିଶାର ଏକାଧିକ ମୂଲ୍ୟବାନ୍ ସମ୍ପତ୍ତି । ଭୁବନେଶ୍ୱର ଏୟାରପୋର୍ଟ, ପାରାଦୀପ ବନ୍ଦର ଓ ୬ଟି ଜାତୀୟ ରାଜପଥ ପ୍ରକଳ୍ପର ନାଁ ଏହି ତାଲିକାରେ ରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ନ୍ୟାଶନାଲ ମନିଟାଇଜେଶନ ପାଇପଲାଇନ ଯୋଜନା ସର୍ମ୍ପକରେ ସୋମବାର ଘୋଷଣା କରିଥିଲେ ।

ଏହି ଯୋଜନାରେ କେନ୍ଦ୍ର ସରକାର ୪ବର୍ଷରେ ୬ଲକ୍ଷ କୋଟି ଟଙ୍କା ଯୋଗାଡ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିରେ ବିମାନ ବନ୍ଦରର ୯୦୦ କୋଟି ଟଙ୍କାର ସମ୍ପତ୍ତି ମନିଟାଇଜ କରାଯିବା ପ୍ରସ୍ତାବ ରହିଛି । ନିତି ଆୟୋଗ ୱେବସାଇଟରେ ଅପଲୋଡ୍ କରାଯାଇଥିବା ତାଲିକାରୁ ଜଣାପଡ଼ିଛି ଯେ ଭୁବନେଶ୍ବର ବିମାନ ବନ୍ଦରକୁ ମନେଟାଇଜନ୍ କରି ସେଥିରୁ ୯୦୦ କୋଟି ଟଙ୍କା ହାସଲ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି।

ଏବେ ଭୁବନେଶ୍ବର ବିମାନ ବନ୍ଦରକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ) ପରିଚାଳନା କରୁଛନ୍ତି। ଏହା ଓଡ଼ିଶାକୁ ଦେଶବିଦେଶର ବିଭିନ୍ନ ପ୍ରମୁଖ ସ୍ଥାନକୁ ଆକାଶ ମାର୍ଗରେ ଯୋଡ଼ୁଛି। ବିମାନ ଯାତ୍ରୀ ପରିବହନ କ୍ଷେତ୍ରରେ ଏହି ଆନ୍ତର୍ଜାତିକ ବିମାନ ବନ୍ଦର ପ୍ରମୁଖ ଭୂମିକା ନିର୍ବାହ କରୁଛି। ପାରାଦୀପ ବନ୍ଦରର ଚାରିଟି ପ୍ରକଳ୍ପକୁ ମନେଟାଇଜ କରାଯିବାର ଯୋଜନା ରହିଛି। ୨୦୨୨ ଜାନୁଆରି ସୁଦ୍ଧା ପାରାଦୀପ ବନ୍ଦରର ବୃହତ ଆକାର ଜାହାଜ ପରିଚାଳନା ଲାଗି ୱେଷ୍ଟ୍ ଡକ୍ କ୍ୟାପ୍ଟିଭ୍ ବର୍ଥର ବିକାଶ କାର ବରାଦ ଦିଆଯିବ।

ଏଥିରେ ୩୦୦୫ କୋଟି ଟଙ୍କା ନିବେଶ ହେବ ବୋଲି ଆକଳନ କରାଯାଇଛି। କାର୍ୟ୍ୟ୨୦୨୪ ସେପ୍ଟେମ୍ବର ସୁଦ୍ଧା ୧୧୦୩ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ସିକ୍ୟୁ୧ ଓ ସିକ୍ୟୁ୨ ବର୍ଥର ଯାନ୍ତ୍ରିକୀକରଣ କାର୍ୟ୍ୟବରାଦ ପ୍ରଦାନ କରାଯିବ। ଏଥିରେ ୭୫ କୋଟି ଟଙ୍କା ନିବେଶ ହେବ ବୋଲି ଆକଳନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!