Masthead

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ମଣିପୁର ନିଆଁ, ଛାତ୍ରଙ୍କୁ ଆକ୍ରମଣ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପହଞ୍ଚିଛି ମଣିପୁର ହିଂସା । ୟୁନିଭର୍ସିଟିର ଉତ୍ତର କ୍ୟାମ୍ପସରେ ମଣିପୁର ଛାତ୍ରଙ୍କ ଉପରେ ହୋଇଛି ଆକ୍ରମଣ । କୁକି ସମ୍ପ୍ରଦାୟର ଛାତ୍ରମାନଙ୍କୁ ମୈତେଇ ଗୋଷ୍ଠୀର ଛାତ୍ରମାନେ ଆକ୍ରମଣ କରିଥିଲେ। ୬ ଜଣଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଛାତ୍ରମାନେ ମୌରିସ ନଗର ଥାନାରେ ଏତଲା ରୁଜୁ ପାଇଁ ଯାଇଥିେଲେ। କିନ୍ତୁ ପୁଲିସ ସେମାନଙ୍କ ଏତଲା ନରଖିବାରୁ ସେମାନେ ଥାନା ବାହାରେ ଆନ୍ଦୋଳନରେ ବସିଥିଲେ। ପରିସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ବୋଲି ପୁଲିସ କହୁଛି। ଘଟଣାରେ ମଧ୍ୟ କିଛି ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ତେବେ ମଣିପୁରରେ ହିଂସା ଅନ୍ୟ ସ୍ଥାନକୁ ବ୍ୟାପିବା ଚିନ୍ତାଜନକ ହୋଇଛି। ବର୍ତମାନ ସୁଧା ହିଂସାରେ ୫୪ ଜଣଙ୍କ ମୃତ୍ୟୁ ହୋଇସାରିଛି । ହିଂସାଜନିତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ ବୋଲି ବେସରକାରୀ ତଥ୍ୟରୁ ଜଣାପଡ଼ିଛି। ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ହିଂସାକୁ ନେଇ ଶନିବାର ରାଜନୈତିକ ଦଳ ମାନଙ୍କର ଏକ ବୈଠକ ବସିଥିଲା । କଂଗ୍ରେସ, ଏନ୍‌ପିଏଫ, ଏନପିପି, ସିପିଏମ, ଆପ୍‌ ଏବଂ ଶିବସେନା ସମେତ ଅନ୍ୟ ରାଜନୈତିକ ଦଳର ନେତାମାନେ ଏହି ବୈଠକରେ ଯୋଗ ଦେଇଥିଲେ । ଘଟଣାକୁ ନେଇ ସରକାର ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ରିଜିଜୁ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ