Masthead

ମନୋଜ ମୋ ସହ ବ୍ୟାନକୁ ନେଇ କଥା ହୋଇନାହାନ୍ତି: କୁନା ତ୍ରିପାଠୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଲିଉଡ୍ କଳିର ସମାଧାନ ପାଇଁ ରାଜ୍ୟ ଚଳଚ୍ଚିତ୍ର ନିଗମ କାର୍ଯ୍ୟାଳୟରେ ବୈଠକ । ଓଏଫଡିସି ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଉପସ୍ଥିତିରେ ବସିଥିଲା ବୈଠକ । କୁନା ତ୍ରିପାଠୀ କହିଛନ୍ତି ମନୋଜ ମିଶ୍ର ମୋ ସହିତ ବ୍ୟାନକୁ ନେଇ କୌଣସି କଥା ହୋଇନାହାନ୍ତି । ମନୋଜ ମିଶ୍ର ମୋ ସହିତ ଯେଉଁ ସମାଧାନର କଥା ହୋଇଛନ୍ତି ସେ ସମାଧାନ ହେଉଛି ପରବର୍ତ୍ତୀ ପଦକ୍ଷେପର ସମାଧାନ । ଡିଷ୍ଟ୍ରିବ୍ୟୁସନ ଚାଲୁ ନାହିଁ । କିପରି ଭାବେ ଡିଷ୍ଟ୍ରିବ୍ୟୁସନ ସରଳିକୃତ ହେବ, ସରକାର ଏହା ଉପରେ ଇନଭଲଭ ହେବାର ଆବଶ୍ୟତା ରହିଛି ।

ସରକାରଙ୍କୁ ଆମେ ଚିଠି ଲେଖିଛୁ । ସରାକର ଯେତେବେଳେ ଆମକୁ ପରମିଶନ ଦେବେ ଏକାଠି ବସି କଥା ହୁଅନ୍ତୁ ଆମେ କଥା ହେବୁ । ଏହା ସରକାରୀ ନୁହେଁ ଗୋଟେ ବେସରକାରୀ କଥା । ପୃଥିବୀରେ ସବୁ ସିନେମା ସରକାରୀ ପ୍ରୋତ୍ସôାହନରେ ହୋଇଯାଏ ତାହା କୌଣସି କାରଣ ନାହିଁ । କୁନା କହିଛନ୍ତି ଆଲୋଚନା ପାଇଁ ଡାକିଥିଲି । ଅରିନ୍ଦମ, ଶ୍ରୀତମ, ଟୁଟୁ ନାୟକ ଆସିଥିଲେ । ମନୋଜଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ବି ସେ ଫୋନ୍‌ ଉଠାଇଲେନି । ତଥାପି ଆମର ଚେଷ୍ଟା ରହିବ । ଏ ଘଟଣା ଆଉ ଆଗକୁ ନବଢୁ । ସେ ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ଗେଟେ ପରେ ଗୋଟେ ଭଲ ସିନେମା ଆସୁଛି, ଯେତେବେଳେ ଲୋକ ହଲକୁ ଆସିବା ପାଇଁ ଚେଷ୍ଟା କରୁଛନ୍ତି ସେ ସମୟରେ ଏଭଳି ବିବାଦ ଅଶୋଭନୀୟ କଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ