Masthead

କାର୍ତ୍ତିକରେ ଆକାଶ ଛୁଆଁ ଅବଢା ଦର, ଭକ୍ତ ଅସନ୍ତୋଷ

ପୁରୀ (ବଡ଼ ଖବର ବ୍ୟୁରୋ): ଚାଲିଛି କାର୍ତ୍ତିକ ମାସ । ବଢୁଛି ଅବଢା ଦର । ମାସ ଆରମ୍ଭରୁ ଅବଢା ମୂଲ୍ୟରେ ଅହେତୁକ ବୃଦ୍ଧିକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖାଦେଉଛି । ସେପଟେ ଆନନ୍ଦ ବଜାରରେ ମଧ୍ୟ ଅଣସେବାୟତଙ୍କ ଅନୁପ୍ରବେଶ ଉପରେ ଲାଗିପାରୁନି ରୋକ । ଯାହାକୁ ନେଇ ଅନେକ ସମୟରେ ଶ୍ରୀକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖିବାକୁ ମିଳିଛି । ମନଇଚ୍ଛା ବୃଦ୍ଧି ପାଉଛି ଅବଢା ଦର । ଗତ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଆନନ୍ଦ ବଜାରରେ ଅଣସୂପକାର ଅନୁପ୍ରବେଶ ଉପରେ ଅଙ୍କୁଶ ଲାଗିବ ବୋଲି ନିଷ୍ପତି ନିଆଯାଇଥିଲା । ହେଲେ ଏଯାଏଁ ଏହାକୁ କାର୍ଯ୍ୟକାରୀ କରାଯାଇନାହିଁ । ଆନନ୍ଦ ବଜାରରେ ଶୃଙ୍ଖଳା ସହ ସୁଆର ଓ ମହାସୁଆର ନିଯୋଗ ଦାବି ହୋଇଆସୁଛି ।

୪ ମାସ ତଳେ ଗଠନ ହୋଇଥିଲା କମିଟି । ସମସ୍ତ ପ୍ରକାର ନିଷ୍ପତି ମଧ୍ୟ ନିଆଯାଇଥିଲା । କିନ୍ତୁ ସବୁ ନିଷ୍ପତି ନିଆଯାଇଥିଲେ ମଧ୍ୟ ଫଳ ଶୂନ । ଏବେ ବି ସୃଷ୍ଟି ହେଉଛି ବିଶୃଙ୍ଖଳାର ପରିସ୍ଥିତି । ହନ୍ତସନ୍ତ ହେଉଛନ୍ତି ଭକ୍ତ । କାରଣ ଉତ୍ତର ଦ୍ୱାର ବାଟେ ଭକ୍ତଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ଯାହାର ଫାଇଦା ନେଉଛନ୍ତି ଦଲାଲ । ଚଢା ଦରରେ ବିକୁଛନ୍ତି ଅବଢା । ଖାଲି ସେତିକି ନୁହେଁ, ଯେଉଁ ମହାପ୍ରସାଦ ବିକ୍ରି କରାଯାଉଛି ତାହା ମଧ୍ୟ ସ୍ୱାସ୍ଥ୍ୟ ପାଇଁ ହିତକର ନୁହେଁଁ । ଅସ୍ୱଚ୍ଛ ଟଙ୍କତୋରାଣୀ ସହ କ୍ଷୀର ଓ ରାବିଡିକୁ ବିକ୍ରି କରିବାକୁ ବାରଣ କରାଯାଇଥିଲେ ମଧ୍ୟ ଏହାକୁ କିଛି ଦଲାଲମାନେ ଭକ୍ତଙ୍କୁ ବିକ୍ରି କରୁଛନ୍ତି । ବିଭିନ୍ନ ସମୟରେ ରୋଷଘର ଦର୍ଶନ ପାଇଁ ନିର୍ଦ୍ଦିଷ୍ଟ ସମୟ ନଥିବାରୁ ଅନେକ ସମୟରେ ଅବଢା ମାରା ମଧ୍ୟ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ