Masthead

ଏମିତି ଅନେକ ରୂପଶ୍ରୀ ଆସିବେ ମୋର ଚରିତ୍ର ସଂହାର କରିବେ: ମନୋଜ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ରୂପଶ୍ରୀଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ମନୋଜ ମିଶ୍ର । ଏମିତି ଅନେକ ରୂପଶ୍ରୀ ଆସିବେ ମୋର ଚରିତ୍ର ସଂହାର କରିବେ । ଓଡ଼ିଶାବାସୀଙ୍କୁ ମୋର ଅନୁରୋଧ ଆପଣ ମାନେ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଜଣେ ସ୍ଵାଭିମାନୀ ଓଡ଼ିଶାବାସୀ ହିସାବରେ ମୁଁ ଯଦି ଚାହୁଁଛି ଯେ ଆମ ଓଡ଼ିଶା ବିଷୟରେ ଆମ ଓଡ଼ିଶାର ସଂସ୍କୃତି ବିଷୟରେ ଆମ ଓଡ଼ିଶାର ଫୋକ ଆର୍ଟ ବିଷୟରେ । ଆମ ଓଡ଼ିଶାର ନାୟକ ଯେମିତି କି ବିଜୁବାବୁ, ସୁରେନ୍ଦ୍ର ସାଇ, ମଧୁବାବୁ, ଗୋପବନ୍ଧୁ, ରେଣ୍ଡୋ ମାଝୀ, ଗଙ୍ଗାଧର ମେହେର, ଭୀମଭୋଇ, ଆହୁରି ବି ଅନେକ ହିରୋ ଅଛନ୍ତି, ସେମାନଙ୍କ ବିଷୟରେ ସାରା ଭାରତ ଜାଣୁ, ମୁଁ କଣ ଏ ସବୁ ଭାବିକି ଭୁଲ୍ କରୁଛି ?? । ସିନେମା ହିଁ ଏକ ମାତ୍ର ସହଜ ମାଧ୍ୟମ, କୋର୍ଟ ଭିତରକୁ ନଯାଇ ବି ଛୋଟ ପିଲାମାନେ ବି ଜାଣିଛନ୍ତି ଅର୍ଡର ଅର୍ଡର କୋର୍ଟ ରୁମ ଭିତରେ କୁହାଯାଏ ।

ଏମିତି ଅନେକ ଦୃଷ୍ଟାନ୍ତ ଅଛି, ଯେତେବେଳେ ମୁଁ ଏ ସବୁ କହିବା ଆରମ୍ଭ କଲି କିଛି ସ୍ୱାର୍ଥପର ବ୍ୟକ୍ତି ଯେଉଁମାନେ, ସିନେମା ଚାଲୁ କି ନ ଚାଲୁ ନିଜ ଘର ଚଳେଇବା ପାଇଁ ସିନେମା କରନ୍ତି । ପ୍ରଯୋଜକ ଗୋଟିଏ ସିନେମାରୁ ଆଉ ଗୋଟେ ସିନେମା କରୁ କି ନକରୁ ତାଙ୍କର କିଛି ଯାଏ ଆସେ ନାହିଁ । ଓଡ଼ିଶା କଥା ଭାବିବା ତ ବହୁତ୍ ଦୂରର କଥା ସେମାନେ ମତେ ବିରୋଧ କରିବା ଆରମ୍ଭ କଲେ ଓ କରୁଛନ୍ତି । ମୁଁ ଯେତେବେଳେ ବାରମ୍ବାର ସେଇ ଗୋଟିଏ କଥା କହିଲି ମତେ ବଦନାମ ବି କଲେ । ଏବେ ତ ବ୍ୟାନ ବି କରିଦେଲେ, କିଛି କଥା ନାହିଁ….. । ଆମ ଓଡ଼ିଶାରେ ତିଆରି ସିନେମାର ଯେଉଁ ଡିଷ୍ଟିବୁଟର ଅଛନ୍ତି ସେମାନଙ୍କୁ ଜାଣିବା ଦରକାର ଯେ ବ୍ୟବସାୟ ସହିତ ନିଜ ରାଜ୍ୟ ପ୍ରତି ତାଙ୍କର ନିଜର କର୍ତ୍ତବ୍ୟ ବି ଅଛି। କିଛି ଲୋକଙ୍କ ପାଇଁ ପୁରା ଓଡ଼ିଶାର ସିନେମାର ଆଜି ଏଇ ଅବସ୍ଥା । ମତେ କିଛି ଦିନ ହେଲା ଓଡ଼ିଶାରୁ ଅନେକ ଜାଗାରୁ କଲ ଆସୁଛି ସେମାନେ କହୁଛନ୍ତି ଆମେ ଆମ ସଂସ୍କୃତିକୁ ନେଇ ଫିଲ୍ମ କରିଛୁ । କିନ୍ତୁ ରିଲିଜ ହୋଇପାରୁନି ।

ସେମାନେ ପଚାରୁଛନ୍ତି କେବଳ କପି ସିନେମା କଲେ କି ବଡ଼ ବଡ଼ ହେରୋ ମାନଙ୍କୁ ନେଇକି ଫିଲ୍ମ କଲେ ଯାଇ ଫିଲ୍ମ କୁ ଭଲ ହଲ୍ ଭଲ ସମୟ ମିଳିବ । ଭଲ କଣ୍ଟେଣ୍ଟ ଭଲ କଳାକାରଙ୍କୁ ନେଇ ଫିଲ୍ମ କଲେ ଫିଲ୍ମ ରିଲିଜ ହେଇ ପାରିବନି । ମୋ ପାଖରେ ଉତ୍ତର ନାହିଁ। ମୁଁ ସରକାରଙ୍କୁ ସାରା ଓଡ଼ିଶାବାସୀଙ୍କ ତରଫରୁ ଅନୁରୋଧ କରିବି ଆମ ସିନେମାର ବିତରଣ ବ୍ୟବସ୍ଥାଉପରେ ଟିକେ ଦୃଷ୍ଟି ଦିଅନ୍ତୁ । ଏମାନେ ଆମ ଓଡ଼ିଶର ସିନେମାକୁ ଖତମ୍ କରିଦେଲେଣି । ମୋର ଅରିନ୍ଦମ କି ମୋର ଅନୁଭବଙ୍କ ଭିତରେ ଲଢେଇ ନୁହେଁ ଯେ ଆମେ ବସିକି ସମାଧାନ କରିବୁ। ଆମକୁ ପ୍ରଥମେ ମୂଳ ସମସ୍ୟାକୁ ସମାଧାନ କରିବାକୁ ପଡିବ । ଜଣେ ସ୍ଵାଭିମାନୀ ଓଡ଼ିଶାବାସୀ ହିସାବ ରେ ଏତିକି ସରକାରଙ୍କୁ ଅନୁରୋଧ କରୁଛି ଯେ ଆମ ଓଡ଼ିଶାର ସିନେମାର ବିତରଣ ବ୍ୟବସ୍ଥାକୁ ସଜାଡି ଦିଅନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା