୧୧ରୁ ଖୋଲିବ କଲେଜ ଓ ୟୁନିଭର୍ସିଟି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆସନ୍ତା ୧୧ରୁ ଖୋଲିବ ରାଜ୍ୟର କଲେଜ ଓ ୟୁନିଭର୍ସିଟି। କଲେଜ ଓ ୟୁନିଭର୍ସିଟି ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶେଷ ସେମିଷ୍ଟାର ପରୀକ୍ଷା ହୋବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିବ କଲେଜ । ଜାନୁଆରୀ ୧୧ରୁ ଜୁନ୍ ୧୦ ପର୍ଯ୍ୟନ୍ତ କ୍ଲାସ ହେବ । ସମସ୍ତ କଲେଜ କର୍ତ୍ତୃପକ୍ଷ କୋଭିଡ ଗାଇଡଲାଇନ୍ ପାଳନ କରିବା ବାଧ୍ୟତାମୂଳକ । ଶେଷ ବର୍ଷ ପ୍ରଥମ ସେମିଷ୍ଟାର ପିଲାଙ୍କ ପାଇଁ ୧୧ ଜାନୁଆରୀରୁ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ କ୍ଲାସ ହେବାକୁ ଥିବା ବେଳେ ୧୬ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ପରୀକ୍ଷା ହେବ । ୩୦ ଏପ୍ରିଲ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଶେଷ ସେମିଷ୍ଟାର ପିଲାଙ୍କ ପାଇଁ ୨ ଏପ୍ରିଲରୁ ୧୦ଜୁନ ପର୍ଯ୍ୟନ୍ତ କ୍ଲାସ ହେବ । ୧୧ ଜୁନରୁ ପରୀକ୍ଷା ଆରମ୍ଭ ହୋଇ ୩୦ଜୁନରେ ଶେଷ ହେବ । ୧୫ ଜୁଲାଇ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି । ଅନ୍ୟପଟେ ଶେଷ ବର୍ଷ ପରୀକ୍ଷାର୍ଥୀଙ୍କ ପାଇଁ ୧୧ ଜାନୁଆରୀରୁ ୧୦ ଜୁନ ପର୍ଯ୍ୟନ୍ତ ପାଠପଢା ହେବ । ୧୧ଜୁନରୁ ୩୦ଜୁନ ପର୍ଯନ୍ତ ପରୀକ୍ଷା ହୋଇ ୧୫ ଜୁଲାଇ ସୁଦ୍ଧା ଫଳ ପ୍ରକାଶ ପାଇବ ।

କୋଭିଡ ଗାଇଡଲାଇନ କଡାକଡି ଭାବେ ପାଳନ କରାଯିବା ସହ କଣ୍ଟେନମେଣ୍ଟ ଅଞ୍ଚଳରେ କ୍ଲାସ ହେବ ନାହିଁ । ସାମଜିକ ଦୂରତା ବଜାୟ ରଖିବା ସହ ମାସ୍କ ଓ ସାନିଟାଜର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି । ୧୦ ଜାନୁଆରୀରୁ ହଷ୍ଟେଲ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’