Masthead

ମୁଁ ମୋ କଥା ଫେରାଇ ନେଉଛି: ନୀତୀଶ କୁମାର

ବିହାର (ବଡ଼ ଖବର ବ୍ୟୁରୋ): ଗତକାଲି ଦେଇଥିବା ବିବାଦୀୟ ବୟାନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମା ମାଗିଛନ୍ତି। ଗଣମାଧ୍ୟମ ସାମ୍ନାରେ ସେ କହିଛନ୍ତି ଯେ ମହିଳାଙ୍କ ଉନ୍ନତି ପାଇଁ ମୁଁ ଏହି ବିବୃତ୍ତି ଦେଇଛି । ମୋର ଉଦ୍ଦେଶ୍ୟ କାହାକୁ ଆଘାତ ଦେବା ନୁହେଁ। ଯଦି ଏହା ଦ୍ୱାରା କେହି ଆଘାତ ପାଇଛନ୍ତି, ମୁଁ କ୍ଷମା ମାଗୁଛି ଏବଂ ମୋର କଥାକୁ ଫେରାଇ ନେଉଛି । ନୀତୀଶ ଆହୁରି କହିଛନ୍ତି ମୁଁ ଜାଣି ନଥିଲି ମୋ କଥାକୁ ନେଇ ଏତେ ବିବାଦ ଉପୁଜିବ । ମହିଳାଙ୍କ ସେକ୍ସ ଏଜୁକେସନକୁ ନେଇ ବିହାର ବିଧାନସଭାରେ ବକ୍ତବ୍ୟ ରଖିବା ପରେ ବିବାଦ ତେଜିଥିଲା । ମଙ୍ଗଳବାର ବିହାର ବିଧାନସଭାରେ, ଜନସଂଖ୍ୟା ନିୟନ୍ତ୍ରଣ ନୀତି ଉପରେ ବକ୍ତବ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ନୀତୀଶ କହିଥିଲେ, ସେକ୍ସ ଏଜୁକେସନରେ ଆମ ରାଜ୍ୟର ମହିଳାମାନେ ଆଗରେ ରହିଛନ୍ତି । ଆମ ସରକାର ମହିଳାଙ୍କୁ ଏହି ଶିକ୍ଷା ଯୋଗାଇବାରେ ସଫଳ ହୋଇଛି । ସେଥିପାଇଁ ଆମ ରାଜ୍ୟର ଜନସଂଖ୍ୟା ନିୟନ୍ତ୍ରଣରେ ରହିଛି । ତାଙ୍କର ଏହି ବୟାନକୁ ନେଇ ନୀତୀଶଙ୍କ ସରକାରର ମହିଳା ମନ୍ତ୍ରୀ ବି ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ ବିଜେପି ଏବଂ ଅନ୍ୟ ବିରୋଧୀ ଦଳ ହଙ୍ଗମା ସୃଷ୍ଟି କରିଥିଲେ। ଏପରିକି ବିଜେପି ନେତାମାନେ ନୀତୀଶ କୁମାରଙ୍କ ଇସ୍ତଫା ଦାବି କରିଥିଲେ। ନୀତୀଶ କୁମାର ମଧ୍ୟ କ୍ଷମା ପ୍ରାର୍ଥନା କରିଛନ୍ତି। ସେ କହିଥିଲେ ମୋର ଏପରି ଉଦ୍ଦେଶ୍ୟ ନାହିଁ। ଆମେ ସବୁବେଳେ ମହିଳାଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛୁ। ଚାକିରିରେ ଥିବା ମହିଳାମାନଙ୍କୁ ଆମେ ସଂରକ୍ଷଣ ଦେଇଥିଲୁ । ତଥାପି ଯଦି ମୋ ଶବ୍ଦ ଦ୍ୱାରା କେହି ଆଘାତ ପାଆନ୍ତି, ମୁଁ କ୍ଷମା ମାଗୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା