Masthead

ପୁଣି ଚର୍ଚ୍ଚାରେ ନୀଳ ଡ୍ରମ !

ପ୍ରେମିକା ନା ସ୍ତ୍ରୀ । କିଏ କଲା ହତ୍ୟା ?

ପଞ୍ଜାବ(ବଡ଼ ଖବର ବ୍ୟୁରୋ):  ମିରଟ ପରେ ଏବେ ଲୁଧିଆନାରେ ହଇଚଇ । ଦେଶରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ବାହା ହେବାକୁ ଏବେ ଭୟ କଲେଣି ଯୁବବର୍ଗ । ବିବାହ ବନ୍ଧନ ପାଲଟୁଛି ମରଣ ଯନ୍ତା । ସଂସାର କରିବାର ସ୍ୱପ୍ନ ସାଜୁଛି କାଳ ।

ପଞ୍ଜାବର ଲୁଧିଆନାରେ ଘଟିଛି ଏମିତି ଏକ ଲୋମହର୍ଷଣକାରୀ ଘଟଣା । ଯାହା ସାରା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ପଞ୍ଜାବ ଲୁଧିଆନାର ଶେରପୁର ଚୌକ ନିକଟରେ ଏକ ଖାଲି ପ୍ଲଟରେ ନୀଳ ପ୍ଲାଷ୍ଟିକ୍ ଡ୍ରମରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ସୂଚନା ଅନୁଯାୟୀ, ମୃତକଙ୍କ ନାମ ହେଉଛିି ମନୋଜ । ସେ ଲୁଧିଆନାର ଲେନ୍ ନମ୍ବର ୫ ଭାରତୀ କଲୋନିରେ ରହୁଥିଲେ । ମୃତଦେହଟି ଏକ ପ୍ଲାଷ୍ଟିକ୍ ବ୍ୟାଗରେ ଗୁଡାଯାଇଥିଲା ଏବଂ ତାଙ୍କ ବେକ ଓ ଗୋଡ଼ରେ ରଶିରେ ବନ୍ଧା ଥିବା ଚିହ୍ନ ଥିଲା । ମୃତଦେହରୁ ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକମାନେ ପୋଲିସକୁ ସୂଚନା ଦେଇଥିଲେ । ଅଭିଯୋଗ ପରେ ପୋଲିସ ଘଟଣାସ୍ଥରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ସିଭିଲ୍ ହସ୍ପିଟାଲକୁ ପଠାଇଥିଲା ।

ଏହି ଘଟଣାରେ ପୋଲିସ ଜଣେ ମହିଳା ସମେତ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଅଛନ୍ତି । ହତ୍ୟା କରିବାର କାରଣ ଅସ୍ପଷ୍ଟ ଥିବାବେଳେ, ପୋଲିସ ଏହାକୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବିଚାର କରି ତଦନ୍ତ ଆରମ୍ଭ କରିଛି । ଏହି ମାମଲାଟି ମିରଟର ମୁସକାନ-ସାହିଲ ହତ୍ୟା ମାମଲାକୁ ମନେ ପକାଇଦେଇଛି । ଯେଉଁଥିରେ ଜଣେ ମହିଳା ତାଙ୍କ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରି ମୃତଦେହକୁ ଏକ ନୀଳ ଡ୍ରମ ଭିତରେ ଲୁଚାଇ ରଖିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି