Masthead

ସତୀଚଉରା ର ସତ୍ୟ

କଟକ, (ବଡ଼ ଖବର ବ୍ୟୁରୋ): କଟକ ସହରରେ କରୋନା ସଂକ୍ରମଣ ଥମିବାରେ ନା ନେଉନାହିଁ । କରୋନା ସଂକ୍ରମଣ ସହିତ ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଦିନକୁ ପ୍ରାୟ ୧୫ରୁ ଅଧିକ ବୃକ୍ତିଙ୍କର ମୃତ୍ୟୁ ହେଉଛି । ଗତ ୧୦ ଦିନ ଭିତରେ ସତୀଚଉରା ସ୍ମଶାନରେ ପ୍ରାୟ ୨୦୦ରୁ ଅଧିକ କୋଭିଡ଼ ଏବଂ ଅଣ-କୋଭିଡ଼ ଲୋକଙ୍କର ଶବଦାହ ହୋଇଛି ବୋଲି ସ୍ମଶାନର କର୍ମଚାରୀମାନେ କହିଛନ୍ତି । ଏହା ସହିତ ପାଖରେ ଥିବା ଅସ୍ଵିନୀ କୋଭିଡ ହସ୍ପିଟାଲର ମୃତ ସଂକ୍ରମିତଙ୍କ ଶବଦାହ କୁ ନେଇ ଅଞ୍ଚଳ ବାସୀ ଏବେ ଆତଙ୍କିତ । ବାରମ୍ବାର ଅଭିଯୋଗ ପରେବି ଅଞ୍ଚଳକୁ ବିଶୋଧନ କରାଯାଉ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ସତୀଚଉରା ଛକ କଟକର ଅନ୍ୟ ଏକ ବ୍ୟସ୍ତବହୁଳ ଅଞ୍ଚଳ । ଏହା ବିଡାନାସୀ, ଦେଉଳସହି, ସି.ଡ଼ି.ଏ. ଏବଂ କନିକା ଛକକୁ ସଂଯୋଗ କରୁଛି । ଏହା ଅଶ୍ୱିନୀ ହସ୍ପିଟାଲ ସମୁଖରେ ଅବସ୍ଥିତ । ବର୍ତ୍ତମାନ କଟକ ସହର ରେ ସଂକ୍ରମଣ ଉପର ମୁଁହା ଥିବା ବେଳେ, ସତୀଚଉରାରେ ସମସ୍ତ କୋଭିଡ଼ ଏବଂ ଅଣ କୋଭିଡ଼ ମୃତକଙ୍କ ଶବଦାହ ହେଉଥିବାରୁ ଏହି ଅଞ୍ଚଳକୁ ଗତ ୧୫ ଦିନ ହେବ ବିଶୋଧନ କରାଯାଇନାହିଁ । ଯାହା ଫଳରେ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । ଏପଟେ ପ୍ରଶାସନ ସଚେତନ କରିବା ପାଇଁ କଠୋର ଆଇନ କରୁଥିବା ବେଳେ ବର୍ତ୍ତମାନ ପ୍ରଶାସନର ଉଦାସୀନତା କୁ ନେଇ ଉଠିଛି ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା