Masthead

ପୋଲିସର ବଡ଼ ସଫଳତା ମାଓ କ୍ୟାମ୍ପ ଠାବ, ମାଓ ସମଗ୍ରୀ ଜବତ

ନୂଆପଡ଼ା (ବଡ଼ ଖବର ବ୍ୟୁରୋ): ଓଡିଶା ଛତିଶଗଡ଼ ସୀମା ପାଟଧରା ରିଜର୍ଭ ଫରେଷ୍ଟ ରେ ନୂଆପଡ଼ା ପୋଲିସ କୁ ମିଳିଛି ବଡ଼ ସଫଳତା । ଗୁଇନ୍ଦା ସୂତ୍ରରୁ ଖବର ମିଳିବା ପରେ ମିଳିତ ଭାବରେ ଏସଓଜି , ଡିଭିଏଫ, କୋବ୍ରା ଓ ସିଆରପିଏଫ ଦ୍ୱାରା ମିଳିତ କମ୍ବିଂ କରାଯାଇଥିଲା। ୧୭ ତାରିଖ ଦିନ ସିନାପାଲି ଥାନା ଝୋଲାପଡ଼ା ନିକଟ ଜଙ୍ଗଲର ମାଓବାଦୀ କ୍ୟାମ୍ପ ରୁ ଏହି ମାଓ ସାମଗ୍ରୀ ଜବତ ହୋଇଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ନୂଆପଡ଼ା ଏସପି ଓ ସିଆରପିଏଫ କମଣ୍ଡାଣ୍ଟ ପ୍ରକାଶ କରିଛନ୍ତି। ୨୮ ଟି ଡେଟୋନେଟର, ୧ କେଜି ବିସ୍ପୋରକ ସାମଗ୍ରୀ, ରେଡ଼ିଓ, ମାଓ ୟୁନିଫର୍ମ, ଛୁରୀ, ମେଡ଼ିସିନ, ମାଓ ପତ୍ରିକା ଓ ନିତ୍ୟାବଶ୍ୟକ ଜିନିଷ ଜବତ ହୋଇଛି । ବର୍ତ୍ତମାନ ନୂଆପଡ଼ା ପୋଲିସ ଦ୍ୱାରା କମ୍ବିଂ ଜାରି ଥିବାବେଳେ ବେଳେ ମାଓ ଗତିବିଧି ଉପରେ ନଜର ରଖାଯାଇଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ