Masthead

ରାଇଘରରେ ମାଓ ପୋଷ୍ଟର, ଟାଟାକୁ ବିରୋଧ

ରାଇଘର (ବଡ଼ ଖବର ବ୍ୟୁରୋ): ରାଇଘରରେ ମାଓ ପୋଷ୍ଟର । ଟାଟା ପାୱାର୍ ସହ ନବରଙ୍ଗପୁର ସାଂସଦ ଓ ଝରିଗାଁ ବିଧାୟକଙ୍କୁ ବିରୋଧ । ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କାର୍ଯ୍ୟାଳୟ ଠାରୁ କୁନ୍ଦେଇ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରାୟ ୪ଶହ ମିଟର ପର୍ଯ୍ୟନ୍ତ ଲାଗିଛି ମାଓ ପୋଷ୍ଟର । ରାସ୍ତାରେ ପଡିଛି ଲିଫଲେଟ ।

ଉଦନ୍ତି ଏରିଆ କମିଟି ପକ୍ଷରୁ ଲାଗିଛି ପୋଷ୍ଟର । ଏହି ପୋଷ୍ଟର ଓ ଲିଫଲେଟ ମଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ କାର୍ଯ୍ୟକଳାପକୁ ବିରୋଧ କରାଯାଇଛି । ଝରିଗାଁ ବ୍ଲକ ତେଲ ନଦୀ ଉପରେ ପ୍ରସ୍ତାବିତ ଡ୍ୟାମକୁ ବିରୋଧ କରିଛନ୍ତି ମାଓବାଦୀ ।

ବିଦ୍ୟୁତ ସେବା ଯୋଗାଇବାରେ ବିଫଳ ହୋଇଥିବା ଟାଟା ପାୱାରର ମନମୁଖୀ କାର୍ଯ୍ୟକୁ ପୋଷ୍ଟର ଓ ଲିଫଲେଟରେ ବିରୋଧ କରିଛନ୍ତି ମାଓବାଦୀ । ପୂର୍ବରୁ ରାଇଘର ବ୍ଲକରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ମାରି ଆସୁଥିବାବେଳେ ଏବେ ମୁଖ୍ୟ ଦପ୍ତରରେ ଏଭଳି ପୋଷ୍ଟର ଓ ଲିଫଲେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା