ବାଲିଘାଟକୁ ନେଇ ତାତିଲେ ମହିଳା

ରାମନାଗୁଡ଼ା(ବଡ଼ ଖବର ବ୍ୟୁରୋ): ବାଲି ଉଠାକୁ ବିରୋଧ କରି ଧାରଣାରେ ବସିଲେ ମହିଳା । ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକ ଭାମିନି ରାଜସ୍ୱ ସର୍କଲର ଭାମିନି ନଦୀଠାରୁ ବାଲି ଉଠାକୁ ବିରୋଧ କରି ମହିଳାମାନେ ଧାରଣାରେ ବସିଥିଲେ । ସେମାନେ ଅଭିଯୋଗ କରିଛନ୍ତି, ସରକାରୀ ନିୟମକୁ ଖିଲା କରି ଦିନରାତି ଏହି ଘାଟରୁ ବାଲି ଉଠା ଯାଉଛି । ଟ୍ରାକ୍ଟର ଯିବାଆସିବା ରେ ନଦୀବନ୍ଧ ଦୁର୍ବଳ ହେବାରେ ଲାଗିଛି ।

ଯାହା ଆଗାମୀ ଦିନରେ ନଦୀକୂଳିଆ ଲୋକଙ୍କ ପାଇଁ ବିଦ ଆଣିାରେ । ଖାଲି ସେତିକି ନୁହେଁ ବାଲି ନେବା ପାଇଁ ଆସୁଥିବା ଡ୍ରାଇଭରମାନେ ଗାଁର ମହିଳାମାନଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତିି । ଏନେଇ ରବିବାର ଗାଁ ମୁହଁରେ ଗାଡିଗୁଡିକୁ ଅଟକ ରଖି ରାସ୍ତା ଅବରୋଧ କରିଥିଲେ ମହିଳାମାନେ । ଖବର ପାଇ ଗୁଣୁୁର ଥାନା ଏସଆଇ ରବୀନ୍ଦ୍ରନାଥ ଗୌଡ଼ ଘଟଣାସ୍ଥଳରେ ହଁଚି ଉତ୍ତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଥିଲା । ଆଜି ଗୁଣୁୁର ଉପଜିଲ୍ଲାପାଳଙ୍କୁ ଭେଟି ବାଲିଘାଟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଦାବି କରିଛନ୍ତି ମହିଳାମାନେ । ନଚେତ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଦେଇଛନ୍ତି ଚେତାବନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!