ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବରିଷ୍ଠ ବଲିଉଡ ଅଭିନେତା ନାନା ପାଟେକରଙ୍କ ପରଲୋକ । ୭୫ ବର୍ଷ ବୟସରେ ହୃଦଘାତରେ ଗୋଆରେ ଆଖି ବୁଜିଲେ । ଗୋଆର ଡୋନା ପାଉଲା ସ୍ଥିତ ଘରେ ତାଙ୍କୁ ଅଚେତ ଅବସ୍ଥାରେ ପାଇ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ହୃଦ୍ଘାତଯୋଗୁଁ ଆଜି ସକାଳ ପ୍ରାୟ ୫:୨୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଛି। ଡାକ୍ତରଖାନାରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ରେସପନ୍ସ ମିଳିନଥିଲା। ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଖବର ଶୁଣି ସମଗ୍ର ଚଳଚ୍ଚିତ୍ର ଜଗତ ଓ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

୧୯୭୮ ମସିହାରେ ‘ଗମନ୍’ ଚଳଚ୍ଚିତ୍ର ଜରିଆରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ନାନା ପାଟେକର ଥିଲେ ଜଣେ ଅନନ୍ୟ ପ୍ରତିଭାସମ୍ପନ୍ନ ଅଭିନେତା। ‘ପରିନ୍ଦା’, ‘ପ୍ରହାର’, ‘କ୍ରାନ୍ତିବୀର’, ‘ଖାମୋଶୀ’ ଏବଂ ‘ଅବ୍ ତକ୍ ଛପନ୍’ ଭଳି ଅନେକ ସୁପରହିଟ୍ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ମୃତ୍ୟୁର କିଛି ଦିନ ପୂର୍ବରୁ ମଧ୍ୟ ସେ ନିଜର ଫିଟନେସ୍ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ। ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିବା ଏକ ଭିଡିଓରେ ତାଙ୍କୁ ବିନା କୌଣସି ବାଧାରେ କ୍ରମାଗତ ଭାବେ ୧୫ଟି ‘ଟ୍ରାଇସେପ୍ ଡିପ୍ସ’ କରୁଥିବାର ଦେଖିବାକୁ ମିଳିଥିଲା। ଖୁବଶୀଘ୍ର ତାଙ୍କୁ ‘ହାଉସ୍ଫୁଲ୍ ୫’, ବିଶାଲ ଭରଦ୍ୱାଜଙ୍କ “ଓ’ରୋମିଓ” ଏବଂ “ସୁବେଦାର” ଭଳି ଆଗାମୀ ଚଳଚ୍ଚିତ୍ରମାନଙ୍କରେ ମଧ୍ୟ ଦେଖିବାକୁ ମିଳିଥାନ୍ତା।କହିବାକୁ ଗଲେ ଏକ ଅନନ୍ୟ ଅଭିନୟ ଶୈଳୀ ଓ ନିଖୁଣ ବ୍ୟକ୍ତିତ୍ୱର ଅଧିକାରୀ ନାନା ପାଟେକରଙ୍କ ବିୟୋଗରେ ଭାରତୀୟ ସିନେମା ଜଗତର ଏକ ଯୁଗର ଅନ୍ତ ଘଟିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର