Masthead

ଋତୁରାଜଙ୍କ ଶତକକୁ ଫିକା କଲେ ମ୍ୟାକ୍ସୱଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୩ୟ ଟି-୨୦ରେ ହାର ମାନିଲେ ଭାରତୀୟ ବୋଲର । ୫ୱିକେଟରେ ଜିତିଲା ଅଷ୍ଟ୍ରେଲିଆ । ପ୍ରଥମେ ଭାରତୀୟ ୟଙ୍ଗଷ୍ଟର ଧୁଅାଁଧାର ବ୍ୟାଟିଂ କରିଥିଲେ । ଫିକା ପଡ଼ିଲା ଋତୁରାଜ ଗାଏକ୍ୱାଡଙ୍କ ୫୭ ବଲରେ ଅପରାଜିତ ୧୨୩ ରନର ଇନିଂସ। ଭାରତ ଠାରୁ ନିଶ୍ଚିତ ବିଜୟକୁ ଛଡ଼ାଇ ନେଇଛନ୍ତି ଗ୍ଲେନ ମ୍ୟାକ୍ସୱେଲ ଓ ଅଷ୍ଟ୍ରେଲିଆର ଅଧିନାୟକ ମାଥ୍ୟୁ ୱେଡ।ଓପନର ଋତୁରାଜ ଗାଏକ୍ୱାଡଙ୍କ ପ୍ରଥମ ଅନ୍ତର୍ଜାତୀୟ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜର ତୃତୀୟ ମ୍ୟାଚରେ ଭାରତ ୨୨୨ ରନ୍‌ର ବିଶାଳ ସ୍କୋର କରିଛି। ଗାଏକ୍ୱାଡ ଅପରାଜିତ ୧୨୩ ରନ୍‌ କରିଥିବା ବେଳେ ଭାରତ ୩ ଉଇକେଟରେ ୨୨୨ ରନ୍‌ କରିଛି। ଜବାବରେ ରିପୋର୍ଟ ପ୍ରସ୍ତୁତ ସୁଦ୍ଧା ଅଷ୍ଟ୍ରେଲିଆ ୧୭ ଓଭରରେ ୫ ଉଇକେଟରେ ୧୭୪ରନ୍‌ ସଂଗ୍ରହ କରିଛି। ଭାରତ ଏହି ମ୍ୟାଚ୍‌ରେ ମୁକେଶ କୁମାରଙ୍କ ସ୍ଥାନରେ ଆଭେଶ ଖାନଙ୍କୁ ଖେଳାଇଥିବା ବେଳେ ଅଷ୍ଟ୍ରେଲିଆ ମାଥ୍ୟୁ ଶର୍ଟ ଓ ସନ୍‌ ଆବୋଟ୍‌ଙ୍କ ସ୍ଥାନରେ ଆରୋନ୍‌ ହାର୍ଡି ଓ କେନ୍‌ ରିଚାର୍ଡସନଙ୍କୁ ଖେଳାଇଥିଲା।

ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନେଇଥିଲା। ଅଧିନାୟକ ମାଥ୍ୟୁ ଓ୍ବେଡଙ୍କ ନିଷ୍ପତ୍ତିକୁ ସଠିକ୍‌ ପ୍ରମାଣିତ କରିଥିଲେ କେନ୍‌ ରିଚାର୍ଡସନ୍‌ ଓ ଜାସନ୍‌ ବେର୍ହେଣ୍ଡ୍ରଫ୍‌। ଉଭୟ ଗୋଟିଏ ଲେଖାଏ ଉଇକେଟ ନେଇଥିବା ବେଳେ ଭାରତ ୨୪ ରନ୍‌ରେ ଯଶସ୍ବୀ ଜୟସ୍ବାଲ ଓ ଇଶାନ କିଶନ୍‌ ଉଇକେଟ ହରାଇଥିଲା।  ପ୍ରଥମ ସ୍ପେଲରେ ବେର୍ହେଣ୍ଡ୍ରଫ ୩ ଓଭରରେ ୫ ରନ୍‌ ଦେଇ ଜୟସ୍ବାଲଙ୍କୁ ଆଉଟ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୯ ଓ ଋତୁରାଜ ଗାଏକ୍ୱାଡ ୧୨୩ତୃତୀୟ ଉଇକେଟରେ ୫୭ ରନ୍‌ ଯୋଡି ସ୍ଥିତି ସୁଧାରିଥିଲେ। ଆରୋନ୍‌ ହାର୍ଡିଙ୍କୁ ବଡ ଶଟ୍‌ ଖେଳିବାକୁ ଯାଇ ସୂର୍ଯ୍ୟକୁମାର ଯାଦବ ଆଉଟ ହୋଇଥିଲେ। ୨୯ ବଲ୍‌ ଖେଳି ସେ ୫ ଚୌକା ଓ ୨ ଛକା ମାରିଥିଲେ। ୮୧ ରନରେ ତୃତୀୟ ଉଇକେଟର ପତନ ପରେ ଗିୟର ବଦଳାଇଥିଲେ ଗାଏକ୍ୱାଡ।

ଟି୨୦ ତଥା ଅନ୍ତର୍ଜାତୀୟ କ୍ୟାରିୟରର ପ୍ରଥମ ଶତକ ହାସଲ କରିବା ସହ ଚତୁର୍ଥ ଉଇକେଟରେ ତିଳକ ବର୍ମା ୩୧ ଙ୍କ ସହିତ ୧୪୧ ରନ୍‌ ଯୋଡିଥିଲେ। ଋତୁରାଜ ୫୭ ବଲ୍‌ ଖେଳି ୧୩ ଚୌକା ଓ ୭ ଛକା ମାରିଥିଲେ। ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ବୋଲିଂ କରିଥିବା ଶେଷ ଓଭରରୁ ଗାଏକ୍ୱାଡ ୩୦ ରନ ହାସଲ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କେନ୍‌ ରିଚାର୍ଡସନ୍‌, ଜାସନ୍‌ ବେର୍ହେଣ୍ଡ୍ରଫ ଓ ଆରୋନ୍‌ ହାର୍ଡି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୨୩ ରନ୍‌ ଲକ୍ଷ୍ୟରେ ଦୁଇ ଅଷ୍ଟ୍ରେଲୀୟ ଓପନର ଟ୍ରାଭିସ୍‌ ହେଡ୍‌ ୩୫ ଓ ଆରୋନ୍‌ ହାର୍ଡି ୧୬ ପ୍ରଥମ ଉଇକେଟରେ ୪୭ ରନ୍‌ ଯୋଡିଥିଲେ। ହାର୍ଡି ୧୬ ରନ୍‌ କରି ଅର୍ଶଦୀପଙ୍କ ବଲରେ ଆଉଟ ହୋଇଥିଲେ। ପାଓ୍ବାର ପ୍ଲେର ଅନ୍ତିମ ଓଭରରେ ହେଡ୍‌ ୩୫ ରନ୍‌ କରି ଆଭେଶ ଖାନ୍‌ଙ୍କ ବଲ୍‌ରେ ଆଉଟ ହୋଇଥିଲେ। ଖବର ପ୍ରସ୍ତୁତ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ୮୩ ଓ ମାଥ୍ୟୁ ଓ୍ବେଡ୍‌ ୪ ରନ୍‌ରେ ବ୍ୟାଟିଂ କରୁଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ