ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଗକୁ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ରଥଯାତ୍ରା ଅନୁକୂଳ ଆଜି ଠୁ ହିଁ ଆରମ୍ଭ ହୋଇଛି । ରଥକାଠକୁ ପବିତ୍ର ରାମନବମୀରେ ଚିରଟ କରାଯାଇଛି । ବଜାୟ ରହିଛି ପରମ୍ପରା । ପବିତ୍ର ରାମନବମୀରେ ଚିରଟ କରାଯାଇଛି ରଥକାଠ । କଟକ ଖପୁରିଆ ସ୍ଥିତ ସ ମିଲ ରେ କାଠ ଚିରଟ ଅନୁକୂଳ ହୋଇଛି । ପୁରୀ ଶ୍ରୀମନ୍ଦିରରୁ ଏକ ସ୍ୱତନ୍ତ ଟିମ ଏକ ଗାଡି ଯୋଗେ ଆଜ୍ଞାମାଳ ଆଣି ଖପୁରିଆ ସ ମିଲରେ ପହଞ୍ଚôଥିଲେ । ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ଵନିରେ ସ ମିଲ ପରିସରରେ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ରଥ ପାଇଁ ଆସିଥିବା କାଠକୁ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମେସିନରେ ଚିରଟ ହୋଇଥିଲା । ନୟାଗଡର ଦଶପଲ୍ଲା ସମେତ ଜିଲ୍ଲାର ଅନ୍ୟ ସ୍ଥାନରୁ କାଠ ସଂଗ୍ରହ କରାଯାଇ ଖପୁରିଆ ସ ମିଲକୁ ଆସିଥିଲା । ରଥରେ ବ୍ୟବହୃତ ହେବାକୁ ଥିବା ଆସନ,ଧଉରା ପ୍ରଭୃତି କାଠ ମେସିନ ସାହାଯ୍ୟରେ ସାଇଜ ଅନୁସାରେ ଚିରଟ ହେବ । ବହୁଶୀଘ୍ର କାଠ ଚିରଟ ହୋଇ ପୁରୀ ରଥଖଳାରେ ପହଞ୍ଚବ ।

ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଶୁଭାରମ୍ଭ ହେବ । ତା’ ପୂର୍ବରୁ ପୁରୀ ରଥଖଳାରେ ପହଞ୍ଚôବ ଚିରଟ କାଠ । ଆଜି ରଥକାଠ ଚିରଟ ବେଳେ ମହାରଣା ସେବାୟତ,ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ,ବନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’