Masthead

ଭାରସାମ୍ୟ ହରାଇ ଦୋକାନ ଉପରକୁ ଚଢିଗଲା ଟ୍ରକ

ବସ୍ତା (ବଡ଼ ଖବର ବ୍ୟୁରୋ): ଭାରସାମ୍ୟ ହରାଇ ଟାଟା ମ୍ୟାଜିକକୁ ଧକ୍କା ଦେଇ ପାନ ଦୋକାନ ଉପରକୁ ମାଡିଗଲା କୋଇଲା ବୋଝେଇ ଟ୍ରକ । ଦୋକାନୀ ଗୁରୁତର । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଗୁଡିଖାଳ ଛକ ନିକଟରେ ଘଟିଛି ଦୁର୍ଘଟଣା । ସୂଚନା ଅନୁଯାୟୀ ତେନ୍ତୁଳିଆ ଗ୍ରାମର ରବିନ୍ଦ୍ର ହାତୀଙ୍କ ଗୁଡିଖାଳ ଛକ ନିକଟରେ ଜାତୀୟ ରାଜପଥ ପାର୍ଶ୍ବରେ ଏକ ପାନ ଦୋକାନ ରହିଛି ।

ଗୁରୁବାର ଦୋକାନ ବନ୍ଦ କରି ରବିନ୍ଦ୍ର ଭିତରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ବାଲେଶ୍ବର ପଟୁ ଜଳେଶ୍ବର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ ଭାରସାମ୍ୟ ହରାଇ ପ୍ରଥମେ ରାସ୍ତା କଡରେ ଛିଡା ହୋଇଥିବା ଏକ ଟାଟା ମ୍ୟାଜିକକୁ ଧକ୍କା ଦେଇ ଥିଲା । ଏହା ପରେ ଟ୍ରକଟି ଦୋକାନ ଉପରକୁ ମାଡି ଯିବା ପରେ ଉଭୟ ଟ୍ରକ ଏବଂ ଟାଟା ମ୍ୟାଜିକ ୨୦ ଫୁଟ ତଳକୁ ଖସି ପଡି ଥିଲା । ଗୁରୁତର ଅବସ୍ଥାରେ ରବିନ୍ଦ୍ରଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପ୍ରଥମେ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଇ ଥିଲେ ।

ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ