Masthead

ଜେଲରେ ରଖିଲେ କୌଣସି ଉଦ୍ଦେଶ୍ୟ ପୂରଣ ହେବନାହିଁ: ଲାଲୁ ପ୍ରସାଦ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଅସନ୍ତୁଷ୍ଟ ବୋଲି କହି ତାଙ୍କୁ ମିଳିଥିବା ଜାମିନକୁ ‘ସିବିଆଇ’ ଅଦାଲତରେ ଚାଲେଞ୍ଜ୍‌ କରିପାରିବ ନାହିଁ ବୋଲି ‘ଆର୍‌ଜେଡି’ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି।ସୁପ୍ରିମ୍‌ କୋର୍ଟରେ ଦାଖଲ କରିଥିବା ଜବାବରେ ଲାଲୁ ପ୍ରସାଦ ଯାଦବ କହିଛନ୍ତି, କେବଳ ‘ସିବିଆଇ’ ଅସନ୍ତୁଷ୍ଟ ହୋଇଥିବା କାରଣରୁ ତାଙ୍କ ପ୍ରତି ହୋଇଥିବା ଦଣ୍ଡାଦେଶକୁ ଖାରଜ କରି ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା ରାୟକୁ ଚାଲେଞ୍ଜ୍‌ କରାଯାଇ ପାରିବ ନାହିଁ। ରାଞ୍ଚିର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ ରେଳମନ୍ତ୍ରୀଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ଏବଂ ଡୋରାଣ୍ଡା ଟ୍ରେଜେରୀରୁ ୧୩୯କୋଟିରୁ ଅଧିକ ଟଙ୍କା ହଡପ ମାମଲାରେ ୬୦ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି।

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଉତ୍ତରରେ ଲାଲୁ ଯାଦବ କହିଛନ୍ତି ଯେ ସିବିଆଇ ଅସନ୍ତୁଷ୍ଟ ଥିବାରୁ ଝାଡ଼ଖଣ୍ଡ ହାଇକୋର୍ଟଙ୍କ ଦଣ୍ଡକୁ ସ୍ଥଗିତ ରଖିବା ଆଦେଶକୁ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ। ତାଙ୍କ ଉତ୍ତରରେ ଲାଲୁ ଯାଦବ ସ୍ବାସ୍ଥ୍ୟ ଏବଂ ବୃଦ୍ଧାବସ୍ଥାକୁ ଦର୍ଶାଇ କହିଛନ୍ତି ଯେ ତାଙ୍କୁ ଜେଲରେ ରଖିବା ଦ୍ୱାରା କୌଣସି ଉଦ୍ଦେଶ୍ୟ ପୂରଣ ହେବନାହିଁ। ସାଧାରଣ ନୀତି ଏବଂ ସମାନ ନିୟମ ଉପରେ ଆଧାର କରି ହାଇକୋର୍ଟଙ୍କ ଆଦେଶରେ ହସ୍ତକ୍ଷେପ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ