Masthead

ଆରମ୍ଭ ହେବ ଜେଇଇ ମେନ୍ ପରୀକ୍ଷା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହେବ ଜେଇଇ ମେନ୍ ପରୀକ୍ଷା । କୋଭିଡ଼ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଇ ପରୀକ୍ଷା ଆୟୋଜନ କରାଯିବ । ଚଳିତ ବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଏହି ପରୀକ୍ଷା ଏହି ବର୍ଷ ଠାରୁ ୪ଥର ହେବ । ଛାତ୍ରଛାତ୍ରୀମାନେ ଚାହିଁଲେ ୪ ଥର ପରୀକ୍ଷା ଦେଇପାରିବେ । ତେବେ ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ଏହି ପରୀକ୍ଷା ହେବ । ଫେବୃଆରୀରେ କେବଳ ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ପ୍ରଥମ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ୨ଟି ସିପ୍ଟରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ପ୍ରଥମ ସିପ୍ଟ ୯ଟାରୁ ୧୨ଟା ଏବଂ ଦ୍ୱିତୀୟ ସିପ୍ଟ ୩ଟାରୁ ୬ଟା ରହିଛି । ତେବେ ଚଳିତ ବର୍ଷ ୪ଟି ସେସନ ପାଇଁ ଦେଶରେ ମୋଟ୍ ୨୨ ଲକ୍ଷ ଛାତ୍ରଛାତ୍ରୀମାନେ ଆବେଦନ କରିଛନ୍ତି । ଫେବୃଆରୀ ୨୩ରୁ ୨୬ ତାରିିଖରେ ହେବାକୁ ଥିବା ପ୍ରଥମ ପରୀକ୍ଷାରେ ୬ ଲକ୍ଷ ୬୧ ହଜାର ୭୬୧ ଜଣ ପରୀକ୍ଷା ଦେବେ ।

ସେହିପରି ମାର୍ଚ୍ଚ ୧୫ରୁ ୧୮ ତାରିଖ ମଧ୍ୟରେ ୫ ଲକ୍ଷ ୪ ହଜାର ୫୪୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସେପଟେ ଏପ୍ରିଲ ୨୭ରୁ ୩୦ ତାରିଖ ତୃତୀୟ ଫେଜ୍  ୪ ଲକ୍ଷ ୯୮ ହଜାର ୯୧୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଅନ୍ୟପଟେ ୪ର୍ଥ ପର୍ଯ୍ୟାୟ ମେ ୨୪ରୁ ୨୮ ତାରିଖ ମଧ୍ୟରେ ୫ ଲକ୍ଷ ୯ ହଜାର ୯୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ତେବେ ସେପଟେ କେବଳ ଓଡ଼ିଶାରୁ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ