ବାଣୀବିହାରରେ ‘ଜେଏନୟୁ’ ଝଡ଼

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ବାଣୀବିହାରରେ ଜେଏନୟୁ ଅଶାନ୍ତି । ଉକ୍ରଳ ବିଶ୍ୱବିଦ୍ୟାଳୟରେ ତୁମୁଳକାଣ୍ଡ । କ୍ୟାମ୍ପସରେ ଦେଶବିରୋଧୀ ମନ୍ତବ୍ୟ ଅଭିଯୋଗ । ଆୟୋଜକଙ୍କୁ କ୍ଲାସରୁମରେ ପୂରାଇ ଏବିଭିପି ସଂଗଠନର ଛାତ୍ରଛାତ୍ରୀ ମାଡ ମାରିଥିବା ଅଭିଯୋଗ । ସିଟିଜେନ ଫୋରମ ପକ୍ଷରୁ ରବିବାର ସକାଳେ ପିଜି କାଉନସିଲ ଅଡିଟୋରିୟମରେ ଆୟୋଜିତ ହୋଇଥିଲା ଆଲୋଚନା ଚକ୍ର । ବିଷୟ ଥିଲା- ସମ୍ବିଧାନ ଓ ଜାତୀୟ ଶିକ୍ଷାନୀତି । ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ ଦିଲ୍ଲୀ ଜବାହରଲାଲ୍ ୟୁନିଭର୍ସିଟିର ପ୍ରଫେସର ସୁରଜିତ ମଜୁମଦାର । ତେବେ ଏହି ଆଲୋଚନାଚକ୍ରରେ ଦେଶ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ, ମାରପିଟ୍ ।

ଆୟୋଜକଙ୍କୁ ଚାପୁଡା ମାରିଥିଲେ ଉତ୍ୟକ୍ତ ଛାତ୍ରମାନେ । କାହିଁକି ଏଭଳି ସେମାନେ କଲେ ସେ ସଂପର୍କରେ ଏବିଭିପି ଛାତ୍ରଙ୍କ ପ୍ରତିକ୍ରିୟା ଶୁଣନ୍ତୁ । ସେପଟେ ଏ ସଂପର୍କରେ ଆୟୋଜକମାନେ କହିଛନ୍ତି, ସେମାନେ କୌଣସି ଦେଶବିରୋଧୀ ମନ୍ତବ୍ୟ ଦେଇନାହାନ୍ତି । ଅଶାନ୍ତି ସୃଷ୍ଟି କରିବା ଉଦେ୍ଦଶ୍ୟରେ ଜାଣିଶୁଣି ଏଭଳି ଗଣ୍ଡଗୋଳ କରାଯାଇଛି । ଉଭୟ ପକ୍ଷ ସହିଦନଗର ଥାନାରେ ଏନେଇ ଏତଲା ଦେଇଛନ୍ତି । ଆଜି ଦିନସାରା ଚର୍ଚ୍ଚାରେ ଥିଲା ବାଣୀବିହାର । ଏ ଗଣ୍ଡଗୋଳ ପରେ କ୍ୟାମ୍ପସରେ ପୋଲିସ ମୁତୟନ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ