Masthead

ନାବାଳକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ, ସିନ ରିକ୍ରିଏସନ କଲା ପୋଲିସ

ସାଲେପୁର (ବଡ଼ ଖବର ବ୍ୟୁରୋ): ନାବାଳକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ। ଅଭିଯୁକ୍ତକୁ ଘଟଣାସ୍ଥଳକୁ ଆଣି ମର୍ଡର ସିନ ରିକ୍ରିଏସନ କଲା ପୋଲିସ । କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅନ୍ତର୍ଗତ ପୂର୍ବକଛ ଗ୍ରାମର, ଥୋରିଆ ସାହି ନିକଟରେ ହୋଇଥିବା ବହୁ ଚର୍ଚ୍ଚିତ ବିଭତ୍ସ ନାବାଳକ ହତ୍ୟାକାଣ୍ଡ ଉପରୁ ପରଦା ହଟିଛି। ଚର୍ଚ୍ଚିତ ନାବାଳକ ଜ୍ୟୋତି ପ୍ରକାଶ ବେହେରା ହତ୍ୟାକାଣ୍ଡର ଅଭିଯୁକ୍ତ ଏବେ ପୋଲିସ କବଜ୍ଜାରେ । ଜଗତପୁର ପୋଲିସର ଦୀର୍ଘ ୮ ଦିନ ଧରି ଛାନଭିନ ପରେ ମୃତ ନାବାଳକ ଜ୍ୟୋତି ପ୍ରକାଶର ହତ୍ୟାକାରୀଙ୍କୁ ଗିରଫ କରିଛି । ହତ୍ୟାକାରୀ ସେହି ଅଞ୍ଚଳର ବାବୁଲି ପଣ୍ଡା । ପ୍ରାଥମିକ ସୂଚନା ଅନୁସାରେ ନାବାଳକକୁ ବଳାତ୍କାର ଉଦ୍ୟମ ଓ ଶାରୀରିକ ଶୋଷଣର ପ୍ରମାଣ ଲୁଚାଇବାକୁ ଯାଇ ଗଲାକାଟି ବିଭତ୍ସ ହତ୍ୟା କରିଥିଲା ବାବୁଲା।

ଗତ ଡିସେମ୍ବର ୧୬ ତାରିଖରେ ଗାଁ ନିକଟରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଜ୍ୟୋତି ପ୍ରକାଶ ଶୋଇଥିବା ବେଳେ ନିଶାସକ୍ତ ଅବସ୍ଥାରେ ତାଙ୍କୁ ବଳାତ୍କାର ଉଦ୍ୟମ କରିଥିଲା ବାବୁଲି । ବଳାତ୍କାର ଉଦ୍ୟମ ପରେ ଜ୍ୟୋତି ପ୍ରକାଶକୁ କାଠ ଫାଳିଆରେ ଆକ୍ରମଣ କରି ବିଫଳ ହୋଇଥିଲା ବାବୁଲି । ଶେଷରେ ଜ୍ୟୋତି ପ୍ରକାଶକୁ ବିଭତ୍ସ ଭାବେ ହତ୍ୟା କରିଥିଲା। ଡିସେମ୍ବର ୧୭ ତାରିଖରେ ଏହି ଘଟଣା ଜଣାପଡିବା ପରେ ଅଭିଯୁକ୍ତ ବାବୁଲି ଗାଁ ଛାଡି ଫେରାର ହୋଇଯାଇଥିଲା । ଦୀର୍ଘ ୮ ଦିନର ଅପରେସନ ପରେ ଏକ ଅଜ୍ଞାତ ସ୍ଥାନରୁ ବାବୁଲିକୁ ଜଗତପୁର ପୋଲିସ ଉଠାଇ ଆଣିବା ସହ ଅଧିକ ତଦନ୍ତ ଜାରି ରଖିଛି। ସମସ୍ତ ତଥ୍ୟ ପ୍ରମାଣ ହାସଲ ପରେ ଗଣମାଧ୍ୟମକୁ ସୂଚନା ଦେବେ ବୋଲି କମିଶନରେଟ ପୋଲିସ ମତବ୍ୟକ୍ତ କରିଛନ୍ତି । ଆଜି ଅଭିଯୁକ୍ତକୁ ଘଟଣାସ୍ଥଳକୁ ଆଣି ମର୍ଡର ସିନ ରିକ୍ରିଏସନ କରି ହତ୍ୟାରେ ବ୍ୟବହୃତ ଅସ୍ତ୍ର ଦା ଏବଂ ରକ୍ତଭିଜା ଗାମୁଛା, କାଠ ଵଟମ ଜବତ କରିଛି ଜଗତପୁର ପୋଲିସ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ