ବିଜେପି-ବିଜେଡିକୁ ଧନବର୍ଷା, କିଏ ପାଇଛି କେତେ ଡୋନେସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  କେଉଁ ଦଳ ପାଇଛି କେତେ ଡୋନେସନ । ଗତ ୬ବର୍ଷ ମଧ୍ୟରେ ଦେଶର ୩୧ଟି ରାଜନୈତିକ ଦଳ ୧୬,୪୩୭.୬୩୫ କୋଟି ଟଙ୍କା ଡୋନେସନ ଆକାରରେ ଗ୍ରହଣ କରିଛନ୍ତି । ୭ଟି ଜାତୀୟ ଦଳ ୧୩,୧୯୦.୬୮୫ କୋଟି ଡୋନେସନ ପାଇଥିବା ବେଳେ ୨୪ଟି ଆଂଚଳିକ ଦଳ ୩,୨୪୬.୯୫୦ କୋଟି ଟଙ୍କା ଡୋନେସନ ପାଇଛି । ଆଂଚଳିକ ଦଳ ଭାବେ ବିଜେଡି ସବୁଠାରୁ ଅଧିକ ଡୋନେସନ ପାଇଛି ।

ବିଜେଡି ୨୦୧୭ରୁ ୨୦୨୨ ଆର୍ଥିକ ବର୍ଷ ମଧ୍ୟରେ ୬୨୨କୋଟି ଟଙ୍କା ଡୋନେସନ ପାଇଛି । ଏଡିଆର ରିପୋର୍ଟ ଅନୁସାରେ ୭ ଜାତୀୟ ଦଳ ଓ ୨୪ ଆଂଚଳିକ ଦଳ ୬ ବର୍ଷ ମଧ୍ୟରେ ୧୬, ୪୩୭. ୬୩୫ କୋଟି ଟଙ୍କା ଡୋନେସନ ଆକାରରେ ପାଇଛନ୍ତି । ବିଜେଡି ୮୯.୮୧ ପ୍ରତିଶତ ଟଙ୍କା ଡୋନେସନ ଆକାରରେ ପାଇଛି । ଜାତୀୟ ଦଳ ମଧ୍ୟରୁ ବିଜେପି ୧୦୧୨୨.୦୩୧ କୋଟି ଟଙ୍କା ପାଇଛି । ସମସ୍ତ ଜାତୀୟ ଦଳ ତୁଳନାରେ ବିଜେପିର ଡୋନେସନ ହାର ମଧ୍ୟ ଅଧିକ । ଇଲେକ୍ଟୋରାଲ ବଣ୍ଡରୁ ବିଜେପି ୫୨୭୧.୯୭୫୧ କୋଟି ପାଇଥିବା ବେଳେ କର୍ପୋରେଟ ସେକ୍ଟରରୁ ପାଇଛି ୩୨୯୯.୮୫୦୦ କୋଟି । ଅନ୍ୟାନ୍ୟ ଉସôରୁ ୧୫୫୦.୨୦୫୯ କୋଟି ପାଇଛି । ବିଜେପି ତଳକୁ ରହିଛି କଂଗ୍ରେସ । କଂଗ୍ରେସ ୧୫୪୭.୪୩୯ କୋଟି ଟଙ୍କା ପାଇଛି ।

ଆଂଚଳିକ ମଧ୍ୟରେ ବିଜେଡି ୬୯୨ କୋଟି ଡୋନେସନ ପାଇଛି । ଇଲେକ୍ଟୋରାଲ ବଣ୍ଡରୁ ୬୨୨ କୋଟି ଟଙ୍କା ପାଇଥିବା ବେଳେ କର୍ପୋରେଟ ସେକ୍ଟରରୁ ୬୭.୨୮୬କୋଟି ଟଙ୍କା ପାଇଛି । ଅନ୍ୟାନ୍ୟ ସୂତ୍ରରୁ ବିଜେଡି ପାଇଛି ୩.୩୨ କୋଟି । ବିଜେଡି ତଳକୁ ରହିଛି ଟିଆରଏସ । ଏହି ଦଳ ଗତ ୬ ବର୍ଷ ମଧ୍ୟରେ ୧୭୬. ୮୯୩ କୋଟି ଟଙ୍କା ଡୋନେସନ ପାଇଛି । ଇଲେକ୍ଟୋରାଲ ବଣ୍ଡରୁ ୩୮୩.୬୫୨୯, କର୍ପୋରେଟ ସେକ୍ଟରରୁ ୭୭.୨୮୭୦ ଓ ଅନ୍ୟାନ୍ୟ ସୂତ୍ରରୁ ୧୫.୯୫ କୋଟି ଟଙ୍କା ପାଇଛି । ଆଂଚଳିକ ଦଳ ମଧ୍ୟରେ ତୃତୀୟରେ ରହିଛି ଡିଏମକେ ଏହି ଦଳ ୨୦୧୭-୨୨ ଆର୍ଥିକ ବର୍ଷ ମଧ୍ୟରେ ଡୋନେସନ ଆକାରରେ ପାଇଛି ୪୭୫.୭୩୦ କୋଟି ଟଙ୍କା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ