Masthead

କ’ଣ ମନ୍ତ୍ର କରି ଇମାମଙ୍କ ୱିକେଟ ନେଇଥିଲେ ହାର୍ଦ୍ଦିକ?

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ପାକିସ୍ତାନର ୧୯୨ ରନର ଛୋଟ ଟାର୍ଗେଟକୁ ପିଛା କରି ମାତ୍ର ୩୦.୩ ଓଭରରେ ହିଁ ବିଜୟୀ ହୋଇଛି ଭାରତ । ତେବେ ଏହି ମ୍ୟାଚରେ ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଇମାମ ଉଲ ହକଙ୍କ ୱିକେଟକୁ ନେଇ ଚର୍ଚ୍ଚା ହେଉଛି । ଇମାମଙ୍କ ଶିକାର ପୂର୍ବରୁ ହାର୍ଦ୍ଦିକ ବଲ ସହ କିଛି ମନ୍ତ୍ର ପଢିବା ନଜର ଆସିଛି । ଯାହାକୁ ବେଶ ଚର୍ଚ୍ଚା ହେଉଛି । ଆଉ ନିଜେ ହାର୍ଦ୍ଦିକ ପ୍ରତିକ୍ରିୟା ରଖି ଚର୍ଚ୍ଚାର ବ୍ରେକ ଲଗାଇଛନ୍ତି । ମ୍ୟାଚ ପରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏ ନେଇ ତାଙ୍କୁ ପଚାରିଥିଲେ ।

ସେ କହିଛନ୍ତି ଯେ, ବଲ ସହ ମୁଁ କୌଣସି ମନ୍ତ୍ର କରି ନଥିଲି, କିମ୍ବା ମନ୍ତ୍ର ପଢି ନଥିଲି । ବରଂ ଏହି ସମୟରେ ହାର୍ଦ୍ଦିକ ନିଜକୁ ମୋଟିଭେଟ କରିଥିବା କହିଛନ୍ତି । ହାର୍ଦ୍ଦିକ ଓଭରର ତୃତୀୟ ବଲରେ ଇମାମଙ୍କ କେ.ଏଲ ରାହୁଲଙ୍କ ହାତରେ କ୍ୟାଚ କରାଇ ପାଭିଲିୟନର ରାସ୍ତା ଦେଖାଇଥିଲେ । ତେବେ ଓଭରର ତୃତୀୟ ବଲ ଫିଙ୍ଗିବା ପୂର୍ବରୁ ହାର୍ଦ୍ଦିକ ବଲକୁ ଚାହିଁ କିଛି କହିବା ସହ ବଲକୁ ଫୁଙ୍କିଥିଲେ । ଏହାପରେ ଇମାମ ଉଲ୍-ହକ୍ ଙ୍କ ବ୍ୟାଟରେ ବଲ ବାଜି ୱିକେଟ କିପର କେ.ଏଲ ରାହୁଲଙ୍କ ହାତକୁ ଚାଲି ଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା