ମହାବିଦ୍ୟାଳୟରେ ନିଯୁକ୍ତିରେ ମହା ଘୋଟାଲା

ବାଲିଆପାଳ (ବଡ଼ ଖବର ବ୍ୟୁରୋ):ମହାବିଦ୍ୟାଳୟରେ ନିଯୁକ୍ତିରେ ମହା ଘୋଟାଲା । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନାରୁ ଜଣାପଡିଛି। ବାଲିଆପାଳ ବ୍ଲକର କୃଷ୍ଣ ଚନ୍ଦ୍ର ପିପିଲି ମହାବିଦ୍ୟାଳୟରେ ଜିଆଇଏ ମାନ୍ୟତା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ମହାବିଦ୍ୟାଳୟ ପକ୍ଷରୁ ମିଥ୍ୟା ତଥ୍ୟ ଦିଆଯାଇଛି । ଅଧ୍ୟକ୍ଷା ହରପ୍ରିୟା ଦାସଙ୍କ ସହିତ ଅନ୍ୟ ପାଞ୍ଚଜଣ ଅଧ୍ୟାପକ ଅନ୍ୟତ୍ର ଚାକିରି କରିଥିବା ବେଳେ କୃଷ୍ଣ ଚନ୍ଦ୍ର ପିପିଲି ମହାବିଦ୍ୟାଳୟରେ କାର୍ଯ୍ୟରତ ମିଥ୍ୟା କାଗଜପତ୍ର ଦର୍ଶାଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଆଇଏ ମାନ୍ୟତା ପ୍ରଦାନ କରାଯାଇଛି।

ତେବେ ଏଥିରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିଲା ବେଳେ ରାଜ୍ୟ ସରକାରଙ୍କ ପାଖରୁ ପାଖାପାଖି ତିରିଶ କୋଟି ଟଙ୍କା ଦରମା ଆକାରରେ ହଡପ ହୋଇଥିବା ଜଣାପଡିଛି । ତେବେ ବର୍ତମାନର ଅଧ୍ୟକ୍ଷା ହରପ୍ରିୟା ଦାସ ମୁହଁ ଖୋଲିବାକୁ ନାରାଜ ଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଉଠୁଛି। ସେପଟେ ମହାବିଦ୍ୟାଳୟ ପାଇଁ ଜମିଦାନ କରିଥିବା ପରିବାରର ସଦସ୍ୟ ସେହି ମହାବିଦ୍ୟାଳୟରେ ରେଗୁଲାର ଷ୍ଟୁଡେଣ୍ଟ ଥିଲେ ମଧ୍ୟ ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଜିଆଇଏ ମାନ୍ୟତାରୁ ବାଦ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ତେବେ ଏପରି ନିଯୁକ୍ତି ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ