Masthead

ମହାବିଦ୍ୟାଳୟରେ ନିଯୁକ୍ତିରେ ମହା ଘୋଟାଲା

ବାଲିଆପାଳ (ବଡ଼ ଖବର ବ୍ୟୁରୋ):ମହାବିଦ୍ୟାଳୟରେ ନିଯୁକ୍ତିରେ ମହା ଘୋଟାଲା । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନାରୁ ଜଣାପଡିଛି। ବାଲିଆପାଳ ବ୍ଲକର କୃଷ୍ଣ ଚନ୍ଦ୍ର ପିପିଲି ମହାବିଦ୍ୟାଳୟରେ ଜିଆଇଏ ମାନ୍ୟତା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ମହାବିଦ୍ୟାଳୟ ପକ୍ଷରୁ ମିଥ୍ୟା ତଥ୍ୟ ଦିଆଯାଇଛି । ଅଧ୍ୟକ୍ଷା ହରପ୍ରିୟା ଦାସଙ୍କ ସହିତ ଅନ୍ୟ ପାଞ୍ଚଜଣ ଅଧ୍ୟାପକ ଅନ୍ୟତ୍ର ଚାକିରି କରିଥିବା ବେଳେ କୃଷ୍ଣ ଚନ୍ଦ୍ର ପିପିଲି ମହାବିଦ୍ୟାଳୟରେ କାର୍ଯ୍ୟରତ ମିଥ୍ୟା କାଗଜପତ୍ର ଦର୍ଶାଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଆଇଏ ମାନ୍ୟତା ପ୍ରଦାନ କରାଯାଇଛି।

ତେବେ ଏଥିରେ ମୋଟା ଅଙ୍କର ଅର୍ଥ କାରବାର ହୋଇଥିଲା ବେଳେ ରାଜ୍ୟ ସରକାରଙ୍କ ପାଖରୁ ପାଖାପାଖି ତିରିଶ କୋଟି ଟଙ୍କା ଦରମା ଆକାରରେ ହଡପ ହୋଇଥିବା ଜଣାପଡିଛି । ତେବେ ବର୍ତମାନର ଅଧ୍ୟକ୍ଷା ହରପ୍ରିୟା ଦାସ ମୁହଁ ଖୋଲିବାକୁ ନାରାଜ ଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ଉଠୁଛି। ସେପଟେ ମହାବିଦ୍ୟାଳୟ ପାଇଁ ଜମିଦାନ କରିଥିବା ପରିବାରର ସଦସ୍ୟ ସେହି ମହାବିଦ୍ୟାଳୟରେ ରେଗୁଲାର ଷ୍ଟୁଡେଣ୍ଟ ଥିଲେ ମଧ୍ୟ ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବେ ଜିଆଇଏ ମାନ୍ୟତାରୁ ବାଦ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ତେବେ ଏପରି ନିଯୁକ୍ତି ଘୋଟାଲାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଜୋର ଧରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ