Masthead

ୟୁକ୍ରେନ ଉପରେ ୩୬ ମିଜାଇଲ ମାଡ଼

ନୂଆଦିଲ୍ଲୀ (ବଡ ଖବର ବ୍ୟୁରୋ): ଋଷ ପକ୍ଷରୁ ୟୁକ୍ରେନ ଉପରେ ଘନ ଘନ ମିସାଇଲ ମାଡ଼ । ଦକ୍ଷିଣ, ଉତ୍ତର, ଓ ପଶ୍ଚିମ ଭାଗରେ ମିସାଇଲ ମାଡ଼ କରିଛି ଋଷ । ୩୬ ମିଜାଇଲ ମାଡ ସୂଚନା ରହିଛି । ଋଷ ଗତରାତିରେ ୟୁକ୍ରେନରେ ଭୟଙ୍କର ମିସାଇଲ ମାଡ଼ କରିଛି। ୟୁକ୍ରେନ ଭିତ୍ତିଭୂମି ଉପରେ ଋଷ ଗତକାଲି ୩୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ପୂର୍ବାଞ୍ଚଳ ସହର ବାଖମୁଟରେ ସମସ୍ତ ଅଞ୍ଚଳରେ ସ୍ଥିତି ଭୟାନକ ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କି କହିଛନ୍ତି। ଋଷର ମିସାଇଲ ମାଡ଼ ଯୋଗୁଁ ଜଣେ ନାଗକରିଙ୍କ ମୃତ୍ୟୁ ହୋଇଛି ଏବଂ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଭିତ୍ତିଭୂମି ଛାରଖାର ହୋଇଯାଇଛି। ୟୁକ୍ରେନର ଜଣେ ସାମରିକ ମୁଖ୍ୟ କର୍ମଚାରୀ କହିଛନ୍ତି, ଋଷ ୩୬ଟି କ୍ରୁଜ୍‌ ମିସାଇଲ ମାଡ଼ କରିଥିଲା। ଏଥିମଧ୍ୟରୁ ୧୬ଟି ମିସାଇଲକୁ ଖସାଇ ଦିଆଯାଇଛି। କୃଷ୍ଣ ସାଗରରୁ ରୁଷ୍‌ ୮ଟି କାଲିବର ମିସାଇଲ ମାଡ଼ କରିଥିଲା। ଉଲ୍ଲେଖଯୋଗ୍ୟ, ୟୁକ୍ରେନ୍‌କୁ ପଶ୍ଚିମ ରାଷ୍ଟ୍ରମାନଙ୍କ ସହାୟତା ବଢ଼ିବା ପରେ ଋଷ ଏହାର ଆକ୍ରମଣକୁ ଜୋରଦାର କରିଛି।

ସେପଟେ କିବ୍‌ ଆକାଶରେ ଋଷର ବେଲୁନ୍‌ ଉଡ଼ିଛି। ଋଷର ୬ଟି ବେଲୁନ୍‌ ଚିହ୍ନଟ ହେବାପରେ ୟୁକ୍ରେନ୍‌ ସେନା ଏହାକୁ ଖସାଇ ଦେଇଛି। ୟୁକ୍ରେନ୍‌ର ସାମରିକ ପ୍ରଶାସନ ପକ୍ଷରୁ ଏହା କୁହା୬ଯାଇଛି। ଏହି ବେଲୁନ୍‌ଟିରେ କର୍ନର ରିଫ୍ଲେକ୍ଟର ଏବଂ ଅନ୍ୟାନ୍ୟ ଉପକରଣ ଥିବା ଜଣାପଡ଼ିଛି। ଋଷ ଦ୍ବାରା ଏହା ଏକ ନୂଆ ପଦକ୍ଷେପ। ୟୁକ୍ରେନ୍‌ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ଠାବ କରିବାପାଇଁ ଋଷ ଏହି ବେଲୁନ୍‌ ଉଡ଼ା‌ଉଛି ବୋଲି ୟୁକ୍ରେନ୍‌ ସାମରିକ ପ୍ରଶାସନ ପକ୍ଷରୁ କୁହାଯାଇଛି। କିବ୍‌ ଆକାଶରେ ବେଲୁନ୍‌ ଉଡ଼ୁଥିବାରୁ ଏୟାର ରେଡ୍‌ ସାଇରନ୍‌ ବଜାଯାଇଥିଲା। ୟୁକ୍ରେନ୍‌ ବାୟୁ ପ୍ରତିରକ୍ଷାବରେ ବାଧା ସୃଷ୍ଟି କରିବାପାଇଁ ଋଷ ଏଭଳି ଏକ ନୂଆ ପଦ‌କ୍ଷେପ ଗ୍ରହଣ କରିଛି ବୋଲି କୁହାଯାଉଛି। କିନ୍ତୁ ଏନେଇ ବିଶେଷ କିଛି ସ୍ପଷ୍ଟ କରାଯାଇନି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା