Before Header

ମମତାଙ୍କ ବିରୋଧରେ ପ୍ରିୟଙ୍କାଙ୍କ ଆରୋପ

0 26

କୋଲକାତା (ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି । ସାରା ଦେଶର ନଜର ଏବେ ପଶ୍ଚିମବଙ୍ଗର ଭବାନୀପୁର ଆସନ ଉପରେ କାରଣ ଏଠାରେ ଉପନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କୁ ଟକ୍କର ଦେଉଛନ୍ତି ବିଜେପିର ପ୍ରିୟଙ୍କା ଟିବ୍ରେୱାଲ । ସେପଟେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଟିଏମସି ବିଧାୟକ ମଦନ ମିତ୍ର ଜାଣିଶୁଣି ଗୋଟିଏ ବୁଥରେ ଏକ ଭୋଟ୍ ମେସିନ୍ ବନ୍ଦ କରି ଦେଇଛନ୍ତି।

ଆଜି ସକାଳେ ପ୍ରିୟଙ୍କା ଭବାନୀପୁର ନିର୍ବାଚନମଣ୍ଡଳୀରେ ବୁଥ କେନ୍ଦ୍ର ପରିଦର୍ଶନ କରିବା ପରେ ଏଭଳି ଅଭିଯୋଗ ଆଣିଛନ୍ତି। ବୁଥ ପରିଦର୍ଶନ ସମୟରେ ପ୍ରିୟଙ୍କା କହିଛନ୍ତି, ମଦନ ମିତ୍ର ଉଦ୍ଦେଶ୍ୟମୂଳକ ଭାବେ ଏଠାରେ ଭୋଟିଂ ମେସିନକୁ ବନ୍ଦ କରିଦେଇଛନ୍ତି। ସେ ଆହୁରି କହିଛନ୍ତି ଯେ, ଯଦି ଲୋକମାନେ ବାହାରକୁ ଆସି ଭୋଟ୍ ଦିଅନ୍ତି, ତେବେ ଆପଣ ଫଳାଫଳ ଦେଖିବାକୁ ପାଇବେ।

Leave A Reply

Your email address will not be published.