Masthead

ବିଶ୍ୱକପକୁ ମିଚେଲଙ୍କ ଏ କି ସମ୍ମାନ?

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଗୋଟିଏ ଟ୍ରଫି । ଫାଇନାଲରେ ଦୁଇ ଦଳ ମଧ୍ୟରେ ଲଢେଇ । ଜଣଙ୍କର ବିଜୟ ଆଉ ଜଣଙ୍କ ପରାଜୟ । ଏହି ଟାଇଟଲ ହାତେଇବା ପାଇଁ କେତେ ଯେ ପରିଶ୍ରମ ତାହା କେବଳ ସେ ଖେଳାଳି ହିଁ ଜାଣେ । ହେଲେ ଅଷ୍ଟ୍ରେଲିଆ ପ୍ଲେୟାର ମିଚେଲ ମାର୍ଶ ବିଶ୍ୱକପ ଟ୍ରଫି ଉପରେ ଗୋଡ଼ ରଖି କିଭଳି ଅସମ୍ମାନ କରୁଛନ୍ତି ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାରତକୁ ଫାଇନାଲରେ ପରାସ୍ତ କରି ଅଷ୍ଟ୍ରେଲିଆ ୨୦୨୩ ବିଶ୍ୱକପ ଜିତିଛି ଏଥିରେ ସନେ୍ଦହ ନାହିଁ । ହେଲେ କଙ୍ଗାରୁ ଖେଳାଳି ଏହି ଟ୍ରଫିକୁ କେତେ ଭଲ ପାଆନ୍ତି, କେତେ ସମ୍ମାନ ଦିଅନ୍ତି, ତାହା ଜଳଜଳ ହୋଇ ଦେଖାଯାଉଛି । କୁହାଯାଉଛି ଏହି ଫଟୋଟି ଅଷ୍ଟ୍ରେଲିଆ ଡ୍ରେସିଂ ରୁମର । ଏଥିରେ କେତେ ସତ୍ୟତା ଅଛି ତାହା ସ୍ପଷ୍ଟ ହୋଇନାହିଁ । ହେଲେ ଏହି ଫଟୋଟି ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।

ଏହାର ସତ୍ୟତ୍ୟ ଆଇସିସି ପରଖିବା ଦରକାର । ଯଦି ସତ ତାହେଲେ ମିଚେଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମୂଳକ ପଦକ୍ଷେପ ନିଆଯିବାର ଆବଶ୍ୟକତା ଅଛି ବୋଲି ସୋସିଆଲ ମିଡ଼ିଆରେ ମତପ୍ରକାଶ ପାଇଛି । ଆଉ ଗୋଟିଏ ଫଟୋ ଆମେ ଆପଣଙ୍କୁ ଦେଖାଉଛି । ଯାହା ୧୯୮୩ ମସିହାର । ସେତେବେଳେ ଭାରତର ଅଧିନାୟକ ଥାଆନ୍ତି କପିଳଦେବ ।

 

ୱେଷ୍ଟଇଣ୍ଡିଜଙ୍କୁ ବିଶ୍ୱକପ ଫାଇନାଲରେ ପରାସ୍ତ କରି ଟ୍ରଫି ହାତେଇଥିଲେ । ଠିକ ସେତିକି ବେଳେ ଟ୍ରଫିର ମୂଲ୍ୟ କ’ଣ କପିଳଦେବ ଭଲ ଭାବରେ ବୁଝିପାରିଥିଲେ । ଟ୍ରଫିକୁ ମୁଣ୍ଡ ଉପରେ ରଖି ସମ୍ମାନ ଦେଇଥିଲେ । ସେ ଜାଣିଥିଲେ ଯେ ଏହି ଟ୍ରଫି କୋଟି କୋଟି ଭାରତୀୟଙ୍କ ଆତ୍ମା । ସେଇଥିପାଇଁ ତାଙ୍କୁ ସର୍ବାଗ୍ରେ ରଖିଥିଲେ । ସେ ସମୟର ଭାରତର ପ୍ରତିଟି ଖେଳାଳି ସମ୍ମାନ ଦେଇଥିଲେ । ଦେଲେ ଟ୍ରଫି ସହ ଅଷ୍ଟ୍ରେଲିଆ ବ୍ୟାଟର ମିଚେଲ ମାର୍ଶଙ୍କ ଏଭଳି ବ୍ୟବହାରକୁ ସବୁଠି ନିନ୍ଦା କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’ 🔴 ବିଜେଡି କର୍ମୀଙ୍କୁ ମାଡ଼ 🔴 ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ… 🔴 ଡଙ୍ଗା ବୁଡ଼ି ୨ ଛୁଆ ମୃତ, ମା’ ନିଖୋଜ 🔴 ପୁଣି ଓଡ଼ିଶାକୁ ଫେରିଲା କରୋନା 🔴 ମିଳିଲା ଡାଏରି, ଖୋଲିବ ଜ୍ୟୋତିଙ୍କ ଗୁମର 🔴 ୧୨ ଘଣ୍ଟାରେ ଲଘୁଚାପ! 🔴 ଜୁନ୍ ୨୩ରେ ପଞ୍ଚାୟତ ଉପନିର୍ବାଚନ 🔴 ଆଜି ପ୍ରକାଶ ପାଇବ +୨ ରେଜଲ୍ଟ 🔴 ମୁମ୍ବାଇରେ କରୋନାରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ 🔴 ‘ଟ୍ରକ ଟ୍ରକ ଚିଟଫଣ୍ଡ ନଥିପତ୍ର ବୋହି ନେଇଛି ବିଜେଡି’