ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ । ୮୩ ବର୍ଷୀୟ ଅନନ୍ତ ଦାସଙ୍କ ଚାଲିଛି ଚିକିତ୍ସା । ଆଇସିୟୁରେ ଭର୍ତ୍ତି କରାଯାଇଛି । ବୟସାଧିକ କାରଣରୁ ଗତ କିଛି ଦିନ ହେବ ସେ ସ୍ୱାସ୍ଥ୍ୟଗତ ସମସ୍ୟାର ଦେଖାଦେଇଥିଲା ଗତକାଲି ସଂଧ୍ୟାରେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରିବାର ଲୋକେ ତୁରନ୍ତ ତାଙ୍କୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ବିଧାୟକ ଅନନ୍ତ ଦାସ ଏବେ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଦୁଇ ଜଣ ବରିଷ୍ଠ ଡାକ୍ତର ବିଧାୟକଙ୍କ ଚିକିତ୍ସା କରୁଛନ୍ତି ।
ପୂର୍ବତନ ମନ୍ତ୍ରୀ, ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ ଅସୁସ୍ଥ । ଏହା ପୂର୍ବରୁ ସେ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସେ ହସ୍ପିଟାଲରୁ ଡିସଚାର୍ଡ ହୋଇଥିଲେ । ଗତ ୨୦୧୯ ନିର୍ବାଚନରେ ପ୍ରତିପକ୍ଷ ପ୍ରତିଦ୍ୱନ୍ଦୀଙ୍କୁ ହରାଇଥିଲେ ଅନନ୍ତ ଦାସ ।