Masthead

ଗଣିହେଉନି ଶବ

(ବଡ଼ ଖବର ବ୍ୟୁରୋ): କାବୁଲରେ ହୋଇଥିବା ବିସ୍ଫୋରଣର ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ। ସେଠାକାର ଡ୍ରେନରେ ମୃତଦେହ ବିଛେଇ ହୋଇପଡ଼ିଥିଲା ଓ ପାଣି ପୁରା ଲାଲ ଦେଖାଯାଇଥିଲା। ଗୁରୁବାର ସନ୍ଧ୍ୟାରେ ଆଫଗାନିସ୍ତାନର ରାଜଧାନୀ କାବୁଲର ହମିଦ କରଞ୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ହୋଇଛି ସିରିଜ୍ ଆତ୍ମଘାତୀ ବିସ୍ଫୋରଣ। ଏହି ଆକ୍ରମଣରେ ଏପର୍ଯ୍ୟନ୍ତ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି। ୧୦୫ରୁ ଅଧିକ ଆହତ ହୋଇଛନ୍ତି। ଏହି ଫଟୋଗୁଡ଼ିକ ଦେଖାଇବାର ଉଦ୍ଦେଶ୍ୟ ଆପଣଙ୍କୁ ଭୟଭୀତ କରିବା ନୁହେଁ। କେବଳ ଆଫଗାନିସ୍ତାନରେ ଯନ୍ତ୍ରଣା ଓ ଭୟର ବାସ୍ତବତା ଓ ତାଲିବାନର ପ୍ରତିଶୃତି କିପରି ମିଛ ।

ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ୍ କହିଛି- ତିନିଜଣ ଅଭିଯୁକ୍ତଙ୍କୁ ବିମାନବନ୍ଦର ବାହାରେ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ ଆତ୍ମଘାତୀ ବିସ୍ଫୋରଣକାରୀ ହୋଇଥିବା ବେଳେ ତୃତୀୟ ଜଣଙ୍କ ବନ୍ଧୁକ ଆଣିଥିଲେ। ମୃତ୍ୟୁ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି। ବିସ୍ଫୋରଣ ପରେ ପ୍ରଚଣ୍ଡ ଶବ୍ଦହୋଇ ସମଗ୍ର ଅଞ୍ଚଳ ଧୂଳିମୟ ହୋଇଯାଇଥିଲା । ଧୂଆଁ କମିବା ବେଳକୁ ଅନେକ ଲୋକଙ୍କ ଜୀବନ ଚାଲିଯାଇଥିଲା। ସବୁଆଡେ ରକ୍ତ ଆଉ ରକ୍ତ । ଲୋକଙ୍କ ଆର୍ତ୍ତ ଚିକ୍ରାରରେ ସମଗ୍ର ପରିବେଶ ସ୍ତବ୍ଧ ହୋଇଯାଇଥିଲା ।

ତାଲିବାନ ଶାସନରୁ ସେମାନଙ୍କ ଜୀବନ ଓ ସେମାନଙ୍କ ପରିବାରର ଜୀବନ ରକ୍ଷା କରିବାକୁ ଅନ୍ୟ ଦେଶରେ ଶରଣାର୍ଥୀ ହେବାକୁ ଇଚ୍ଛୁକ ଲୋକମାନେ ଗତ କିଛି ଦିନ ଧରି କାବୁଲ ବିମାନବନ୍ଦରରେ ରହିଥିଲେ। ଏହି ଲୋକମାନଙ୍କ ମଧ୍ୟରୁ ଅନେକଙ୍କ ଜୀବନ ଯାଇଛି । ଆଉ କିଛି ଗୁରୁତର ହୋଇଛନ୍ତି । ମେଡିକାଲ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଡାକ୍ତରଖାନାରେ ମୃତଦେହ ରଖିଛନ୍ତି। ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ବିଶ୍ୱାସ କରାଯାଉଛି। କାବୁଲରେ ଥିବା ଆମେରିକା ଦୂତାବାସ ଏକ ନୂଆ ଆଲର୍ଟ ଜାରି କରିଛି।

ଆତଙ୍କବାଦୀଙ୍କୁ ଶାସ୍ତି ମିଳିବ ଓ ହତ୍ୟା କରାଯିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଆକ୍ରମଣକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି।ଆଫଗାନିସ୍ତାନର କାର୍ୟ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲା ସାଲେହ କହିଛନ୍ତି ଯେ ଆମର ପ୍ରମାଣ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ତାଲିବାନ ଓ ହକାନି ନେଟୱାର୍କ ସହିତ ଆଇଏସ-କେର ସମ୍ପର୍କ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା