Masthead

ମେଣ୍ଟିବ କି ପଞ୍ଜାବ କଂଗ୍ରେସ କଳହ?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦଳୀୟ କଳହ ମେଣ୍ଟାଇବାକୁ ଅଣ୍ଟା ଭିଡ଼ିଛି କଂଗ୍ରେସ । ଆସନ୍ତାବର୍ଷ ପଞ୍ଜାବରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହା ଆଗରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଓ ନବଜାତ ସିଂ ସିନ୍ଧୁଙ୍କ ମଧ୍ୟରେ ଚାଲିଥିବା ମତାନ୍ତରକୁ ନେଇ ରାହୁଲ ଗାନ୍ଧି ଚିନ୍ତା ପ୍ରକଟ କରିବା ସହିତ ଏହାକୁ ମିମାଂସା କରିବାକୁ ଚେଷ୍ଟା କରୁଛନ୍ତି । ଏହି ଦଳୀୟ କନ୍ଦଳକୁ ମେଣ୍ଟାଇବାକୁ ଦଳୀୟ ବିଧାୟକମାନଙ୍କ ସହ ବୈଠକ କରିବେ ରାହୁଲ ଗାନ୍ଧି । ତେବେ ଅମରନ୍ଦ୍ର ସିଂ ଜିଦରେ ଅଟଳ ରହିଛନ୍ତି । କନ୍ଦଳ ମେଣ୍ଟାଇବାକୁ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀରେ ବି ବୈଠକ ଅନୁଷ୍ଠିତ ହୋଇଥିଲା । ହେଲେ ଏହାର କୌଣସି ଲାଭ ହୋଇନଥିଲା ।

ଆଜି ପଞ୍ଜାବ ବିଧାୟକ ମାନଙ୍କ ସହ ଆଲୋଚନା କରିଛନ୍ତି ରାହୁଲ ଗାନ୍ଧି । ତେବେ ରାହୁଲଙ୍କ ଏହି ବୈଠକ ବି ସଫଳ ହେବାନେଇ କୌଣସି ଆଶଙ୍କା କରାଯାଉନି । କାରଣ ନବଜାତ ସିଂ ସିନ୍ଧୁ ଅମରିନ୍ଦର ସିଂଙ୍କ ବିରୋଧରେ ଏକ ମୋର୍ଚ୍ଚା ଖୋଲି ବସିଛନ୍ତି । ତେବେ ଏହି ବୈଠକରେ କି ନିଷ୍ପତ୍ତି ନିଆଯିବ ତା ଉପରେ ସମସ୍ତଙ୍କ ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା