Masthead

ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ପରାମର୍ଶ । ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ । ବର୍ଷକ ପର୍ଯ୍ୟନ୍ତ ସୁନା ନ କିଣିବାକୁ ପରାମର୍ଶ  ।  ପାରିବାରିକ ଉତ୍ସବରେ ସୁନା ନ କିଣିବାକୁ ପରାମର୍ଶ । ରସାୟନିକ ବଦଳରେ ଜୈବିକ ପଦ୍ଧତିରେ ଚାଷ କର । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶବାସୀ ଏକତ୍ରିତ ହୋଇ ରୁହନ୍ତୁ  । ଜରୁରୀ ନଥିଲେ ଗାଡ଼ି ବ୍ୟବହାର କରନ୍ତୁ ନାହିଁ । ଅଧିକ ବିଦେଶ ଯାତ୍ରାରୁ ନିବୃତ୍ତ ରୁହନ୍ତୁ । ସର୍ବସାଧାରଣ ପରିବହନ ବ୍ୟବସ୍ଥାକୁ ଆପଣାନ୍ତୁ । ଜନସଭାକୁ ସମ୍ୱୋଧିତ କରି ଦେଶବାସୀଙ୍କୁ ନୂଆ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି । ବିଶ୍ୱରେ ଏବେ ଅନିଶ୍ଚିତତା ଓ ସଂକଟ ଜାରି ରହିଛି । ଏପରି ସମୟରେ ଦେଶ ପାଇଁ ଦେଶର ହିତ ପାଇଁ କିଛି କାମ ହାତକୁ ନେବାକୁ ପରାମର୍ଶ ଦେଇଛନ୍ତି । ପେଟ୍ରୋଲ ଡିଜେଲ ବ୍ୟବହାର କମ କରିବା ସହ ବର୍ଷେ ଯାଏଁ ସୁନା କିଣିବା ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଆମେରିକା ଓ ଇରାନ ଯୁଦ୍ଧ ଯୋଗୁ ବିଶ୍ୱ ବଜାରରେ ଅଶୋଧିତ ତେଲ ଦର ବୃଦ୍ଧି ହୋଇଛି । ଘରୋଇ ବଜାରରେ ତେଲ ଉତ୍ପାଦନ ଉତ୍ସ ସୀମିତ । ଏଭଳି ସ୍ଥିତିରେ ପେଟ୍ରୋଲ-ଡିଜେଲ ଓ ଏଲ୍ପିଜି ବ୍ୟବହାର କମାଇବାକୁ ହେବ । ବିଦେଶ ଭ୍ରମଣ ସ୍ଥଗିତ ରଖିବା, ସାଧାରଣ ପରିବହନ ବ୍ୟବସ୍ଥା ଆପଣାଇବା ଏବଂ ୱାର୍କଫ୍ରମ ହୋମ୍କୁ ପ୍ରାଥମିକତା ଦେବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ହାଇଦ୍ରାବାଦରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମେଟ୍ରୋ ଥିବା ସହରରେ ଲୋକେ ଏହାର ଉପଯୋଗ କରନ୍ତୁ ।

ଇ-ଯାନ ବ୍ୟବହାର ଏବଂ ଗୋଟିଏ କାର ପୋଲିଂ (ଗୋଟିଏ ଯାନର ମିଳିତ ବ୍ୟବହାର) ତ୍ୱରାନ୍ୱିତ ହେଉ । ଆଭାସୀରେ ବୈଠକ ଏବଂ ୱାର୍କଫ୍ରମ ହୋମ୍ ଭଳି ବିକଳ୍ପ ଜରୁରି ହୋଇପଡ଼ିଛି । କରୋନା ସମୟରେ ୱାର୍କଫ୍ରମ ହୋମ୍ ଭଳି ବ୍ୟବସ୍ଥା ଆପଣାଇଥିଲା ଦେଶ । ଦେଶର ହିତ ଲାଗି ଏଭଳି ଜୀବନଧାରାକୁ ପୁଣି ଥରେ ପ୍ରତ୍ୟାବର୍ତ୍ତନ ହେବାର ଆବଶ୍ୟକତା ରହିଛି । ପେଟ୍ରୋଲ-ଡିଜେଲକୁ ଅତି ସାବଧାନତା ସହ ବ୍ୟବହାର କରାଯିବା ଉଚିତ । ଅତି ଜରୁରି ସ୍ଥିତିରେ ପେଟ୍ରୋଲିୟମ ସାମଗ୍ରୀର ବ୍ୟବହାର କରାଯାଉ । ପେଟ୍ରୋଲ-ଡିଜେଲ ଉପରେ ନିର୍ଭରତା କମିଲେ ଭାରତ ଉପରେ ଯୁଦ୍ଧଜନିତ ଚାପ କମିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ କରିବା ପଡିଲା ମହଙ୍ଗା 🔴 ଘଡ଼ଘଡ଼ି ସହ ବର୍ଷା 🔴 ଏବେ ସୁନା ନ କିଣିବାକୁ ମୋଦିଙ୍କ ପରାମର୍ଶ 🔴 ଆଜିଠୁ ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାରର ଗଣତି ମଣତି 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ