Masthead

ମୋଦି ଭାରତୀୟ ଓ ତାଙ୍କ ପୂର୍ବପୁରଷଙ୍କ ଅପମାନ କରିଛନ୍ତି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):   ପୁଣି ବିଦେଶ ମାଟିରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧି । କଂଗ୍ରେସ ଏମପି ରାହୁଲ ଗାନ୍ଧି ପୁଣିଥରେ ବିଦେଶ ମାଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏହାସହ ସେ ଭାରତକୁ ଅପମାନ କରିଥିବା ବିଜେପିର ବୟାନର ଜବାବ ଦେଇଛନ୍ତି । ରାହୁଲ କହିଛନ୍ତି ମୋଦି ନିଜେ କହିଛନ୍ତି ଦେଶରେ ୬୦-୭୦ ବର୍ଷରେ କିଛି ହୋଇ ନାହିଁ । ସେ ଏମିତି କହି ଭାରତୀୟ ଓ ତାଙ୍କ ପୂର୍ବପୁରୁଷଙ୍କ ଅପମାନ କରିଥିବା ରାହୁଲ କହିଛନ୍ତି । ଏହାସହ ଭାରତ ଏକ ଦଶକ ହରାଇ ଦେଇଛି ଏସବୁ କଥା ମୋଦି ହିଁ ବିଦେଶ ମାଟିରେ କହିଛନ୍ତି ।

ରାହୁଲ ଗାନ୍ଧି ଲଣ୍ଡନରେ ଇଣ୍ଡିଆନ ଜର୍ନାଲିଷ୍ଟ ଆସୋସିଏଶନର କାର୍ଯ୍ୟକ୍ରମରେ ଭାଜପାର ସେହି ଅଭିଯୋଗର ଜବାବ ଦେଇଥିଲେ ଯେଉଁଥିରେ ସେ ଭାରତର ଅପମାନ କରିଥିବା ଅଭିଯୋଗ କରାଯାଇଥିଲା । କେବଳ ସେତିକି ନୁହେଁ ସେ ତାଙ୍କ ଭାରତ ଯୋଡୋ ଯାତ୍ରାର ତୁଳନା ଭାଜପାର ୩ ଦଶକ ପୁରୁଣା ରଥଯାତ୍ରା ସହ କରିଛନ୍ତି । ସେ କହିଛନ୍ତି ଭାଜପାର ବି ରଥ ଯାତ୍ରା ଥିଲା, କେବଳ ଫରକ ଏତିକି ଥିଲା ସେହି ଯାତ୍ରାର କେନ୍ଦ୍ର ଥିଲା ଏକ ରଥ ଯାହା ରାଜାର ପ୍ରତିକ ଥିଲା । ଆମର ରଥ ଲୋକଙ୍କୁ ଏକାଠି କରୁଥିଲା କୋଳାଗ୍ରତ କରୁଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ