Masthead

୫ଥରର ମୁଖ୍ୟମନ୍ତ୍ରୀ କିନ୍ତୁ ଯାଇନାହାନ୍ତି ବିଧାନସଭା

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ହେଉଛି ଏକ ସାମ୍ବିଧାନିକ ପଦବୀ । ମୁଖ୍ୟମନ୍ତ୍ରୀ ହେବାକୁ ହେଲେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିଥାଏ । କିନ୍ତୁ ଭାରତରେ ଏମିତି ମୁଖ୍ୟମନ୍ତ୍ରୀ ଅଛନ୍ତି ଯିଏ ବିଧାନସଭାକୁ ନିର୍ବାଚିତ ନ ହେଇ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି । ସେମାନଙ୍କ ମଧ୍ୟରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅନ୍ୟତମ । ସବୁଠାରୁ ବଡ଼ କଥା ହେଉଛି ଯୋଗୀ ଆଦିତ୍ୟନାଥ ଓ ଉଦ୍ଧବ ଠାକରେ ଏଯାବତ କୌଣସି ବିଧାନସଭା ନିର୍ବାଚନରେ ଲଢି଼ନାହାନ୍ତି । ଯଦିଓ ଯୋଗୀ ଉତ୍ତରପ୍ରଦେଶର ଗୋରଖପୁର ଆସନରୁ ୫ଥର ଲୋକସଭାକୁ ଯାଇଛନ୍ତି କିନ୍ତୁ ଉଦ୍ଧବ ଏପର୍ୟ୍ୟନ୍ତ କୌଣସି ସାଧାରଣ ନିର୍ବାଚନ ଲଢି଼ନାହାନ୍ତି ।
କରୋନା ମହାମାରୀ ସମୟରେ ବିହାରରେ ନିର୍ବାଚନ ହୋଉଛି । ଏହି ସମୟରେ ସାରା ଦେଶର ନଜର ବିହାର ନିର୍ବାଚନ ଉପରେ ରହିଛି । ନୀତାଶ କୁମାର ୫ଥର ବିହାରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ୨୦୦୦, ୨୦୦୫, ୨୦୧୦ ଏବଂ ୨୦୧୫ରେ ଦୁଇଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମାତ୍ର ନୀତୀଶ ୫ଥର ମୁଖ୍ୟମନ୍ତ୍ରୀ ହେବା ସମୟରେ କେବେବି ବିହାର ବିଧାନସଭାକୁ ନିର୍ବାଚିତ ହୋଇନାହାନ୍ତି । ସେ ଶେଷ ଥର ପାଇଁ ୧୯୮୫ରେ ଅର୍ଥାତ ୩୫ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନ ଲଢିଥିଲେ । ଏହା ପରେ ଲୋକସଭାକୁ ୬ଥର ନିର୍ବାଚିତ ହୋଇଯାଇଥିଲେ । ଯେତେବେଳେ ନୀତୀଶ ୨୦୦୦ ମସିହାରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସେ ବିହାର ବିଧାନସଭାର କୌଣସି ଗୃହର ସଦସ୍ୟ ନଥିଲେ । ତେଣୁ ତାଙ୍କର କାର୍ୟ୍ୟକାଳ ମାତ୍ର ଆଠଦିନ ଚାଲିଥିଲା । ଏହା ପରେ ସେ ୨୦୦୫ ନଭେମ୍ବରରେ ପୁଣି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏବଂ ସେ ସମୟରେ ସେ ବିହାର ବିଧାନ ପରିଷଦର ସଦସ୍ୟ ଥିଲେ । ଏହିପରି ଭାବରେ ବିଧାନ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇ ଯୋଗୀ ଆଦିତ୍ୟନାଥ ଓ ଉଦ୍ଧବ ଠାକରେ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ