ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ସ୍ଥିତି ବେହାଲ, ରେଡ୍ ଆଲର୍ଟ ଜାରି

ନୂଆଦିଲ୍ଲୀ (ବଡ଼ଖବର ବ୍ୟୁରୋ): ଉବୁଟୁବୁ ରାଜଧାନୀ । ପ୍ରବଳ ବର୍ଷାରେ ବେହାଲ ଦିଲ୍ଲୀ । ଭୟଙ୍କର ବର୍ଷା ପରେ ସୃଷ୍ଟି ହୋଇଛି ଜଳ ପ୍ରଳୟ ସ୍ଥିତି । ପ୍ରବଳ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜୀବନ। ଗତକାଲି ସଂଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା। ଭୀଷଣ ବର୍ଷା ଯୋଗୁଁ ଦିଲ୍ଲୀର ତଳିଆ ଅଂଚଳରେ ପାଣି ଜମିଛି । ସେହିପରି ପ୍ରବଳ ବର୍ଷା ଯୋଗୁଁ ରାଜରାସ୍ତାରେ ପାଣିରେ ବୁଡ଼ିଯିବାରୁ ଟ୍ରାଫିକ ସମସ୍ୟା ଦେଖା ଦେଇଛି । ଗାଡି ଗଡିବା ତ ଦୂରରେ କଥା, ଚାଲିକି ଯିବା ବି ମୁସ୍କିଲ ହୋଇଯାଇଛି । ବିଶେଷ କରି ଦିଲ୍ଲୀ ଗାଜିଆୱାଦ ରାସ୍ତା ଓ ଗୁରୁଗ୍ରାମରୁ ଦିଲ୍ଲୀ ରାସ୍ତାରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି । ରାସ୍ତାଘାଟ ଠାରୁ ଆରମ୍ଭ କରି ବସ୍ତି ଓ ଭିଆଇପି ଅଞ୍ଚଳ ଯାଏଁ ସବୁଠି ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି । ସୂଚନା ଅନୁସାରେ ଭୀଷଣ ବର୍ଷାରେ ତିନି ଜଣ ଆହତ ହୋଇଛନ୍ତି ।

ଗାଜିପୁର ସାପ୍ତାହିକ ବଜାର ଅଂଚଳରେ ମା-ପୁଅ ଡ୍ରେନରେ ଖସିପଡି ଆହତ ହୋଇଛନ୍ତି, ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ସବଜିମଣ୍ଡି ଅଂଚଳରେ ଗୋଟିଏ ଦୋକାନ ଭୁଶୁଡ଼ିପଡ଼ିବାରୁ ଜଣେ ଆହତ ହୋଇଛନ୍ତି । ଅନ୍ୟପଟେ ଆଜି ମଧ୍ୟ ପ୍ରବଳ ବର୍ଷା ପାଇଁ ୱାର୍ଣ୍ଣିଂ ଥିବାରୁ ଦିଲ୍ଲୀ ସରକାର ସମସ୍ତ ସ୍କୁଲକୁ ଛୁଟି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଗତକାଲି ବର୍ଷାରେ ଅନେକ ସ୍ଥାନରେ ଘର ଭାଙ୍ଗି ପଡିଛି। ପ୍ରବଳ ବର୍ଷା ଯୋଗୁଁ ଗତକାଲି ଦିଲ୍ଲୀକୁ ଆସୁଥିବା ପ୍ରାୟ ୧୦ଟି ବିମାନର ଗତିପଥ ବଦଳାଇବାକୁ ପଡ଼ିିଥିଲା । ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ଉପୁଜିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’