Masthead

ଆଜି ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ୟ୍ୟକ୍ରମ । ପୂର୍ବାହ୍ନ ୧୧ଟା ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଆଜି ମନ କି ବାତ କାର୍ଯ୍ୟକ୍ରମର ୭୭ତମ ସଂସ୍କରଣ । କାର୍ୟ୍ୟକ୍ରମରେ ଆତ୍ମନିର୍ଭର ଭାରତ ସହିତ ଜଡିତ କିଛି କାହାଣୀ ବିଷୟରେ ଉଲ୍ଲେଖ୍ୟ କରିବେ ପ୍ରଧାନମନ୍ତ୍ରୀ । ଏହା ସହିତ କୋରୋନା ସଂଙ୍କଟ ଓ ଟୀକାକରଣକୁ ନେଇ ମଧ୍ୟ ଆଲୋଚନା କରିପାରନ୍ତି ପ୍ରଧାନମନ୍ତ୍ରୀ । ଏହା ପୂର୍ବରୁ ଏପ୍ରିଲ ୨୫ରେ ହୋଇଥିଲା ମନ କି ବାତ କାର୍ଯ୍ୟକ୍ରମ । ସେଥିରେ ମହାରାଷ୍ଟ୍ରର କୋଭି଼ଡ ୧୯ ଟାସ୍କ ଫୋର୍ସର ସଦସ୍ୟ ଡାକ୍ତର ଶଶାଙ୍କ ଜୋଶୀଙ୍କ ସହିତ କଥା ହୋଇଥିଲେ ।

ଡାକ୍ତର ଜୋଶୀଙ୍କୁ ୨୦୧୪ରେ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା । ମନ କି ବାତ କାର୍ୟ୍ୟକ୍ରମର ୭୬ତମ ସଂସ୍କରଣରେ ଡାକ୍ତର ଜୋଶୀଙ୍କ ସହିତ କୋରୋନା ଭାଇରସର ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ ମୋଦି। ତେବେ ପ୍ରତି ମାସ ଶେଷ ରବିବାର ଏହି ମନ କି ବାତ କାର୍ୟ୍ୟକ୍ରମ ପ୍ରସାରିତ ହୋଇଥାଏ । ରେଡିଓ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କୁହନ୍ତି ପ୍ରଧାନମନ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ