Masthead

ସୁଦର୍ଶନଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ବୀରମହାରାଜପୁର, (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ଗାଁର ତ୍ରିଲୋଚନ ତାଣ୍ଡିଆଙ୍କ ୧୮ ବର୍ଷର ପୁଅ ସୁଦର୍ଶନ । ଖେଳିବା ବୁଲିବା ବୟସରେ ସେ ଶଯ୍ୟାଶାୟୀ । ଏପିଲେକ୍ସଇ ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେ । ବୟସ ବଢ଼ିଚାଲିଥିଲେ ସୁଦ୍ଧା ସେ ଛୋଟ ଛୁଆ ଭଳି ଦିଶୁଛନ୍ତି । ଚଲା, ବୁଲା ଓ କଥା କହିବାକୁ ମଧ୍ୟ ଅକ୍ଷମ ସୁଦର୍ଶନ । ତ୍ରିଲୋଚନ ଗରିବ ଶ୍ରେଣୀର ହୋଇଥିବାରୁ ପୁଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ସରକାରୀ ସହାୟତା ଅପେକ୍ଷାରେ ତ୍ରିଲୋଚନ ।

ତ୍ରିଲୋଚନଙ୍କ ପରିବାର କହିଲେ ସ୍ତ୍ରୀ, ଝିଅ ଓ ପୁଅ ସୁଦର୍ଶନ । ତ୍ରିଲୋଚନ ଯାହା ରୋଜଗାର କରନ୍ତି ସେତିକିରେ ୪ପ୍ରାଣୀ କୁଟୁମ୍ବ ଚଳୁଛି । ଧାର ଉଦ୍ଧାର ଓ ଜମିବାଡ଼ି ବିକି ପୁଅକୁ ଡାକ୍ତର ଦେଖାଇଛନ୍ତି ସୁଦର୍ଶନ । ବଲାଙ୍ଗୀର, ବୁର୍ଲା, କଟକ ଓ ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲରେ ପୁଅକୁ ଚିକିତ୍ସା କରାଇଥିଲେ ସୁଦ୍ଧା କିଛି ସୁଫଳ ମିଳିନାହିଁ । ସେପଟେ ପୁଅର ମାସିକ ମେଡିସିନ ଖର୍ଚ୍ଚ ୨ହଜାର ଟଙ୍କା ହେଉଛି । ପରିବାର ଚଳାଇବା ସହ ସୁଦର୍ଶନଙ୍କ ମେଡିସିନ କିଣିବା ତ୍ରିଲୋଚନଙ୍କ ଲାଗି କାଠିକରପାଠ ହୋଇଯାଉଛି । ଯଦି ସୁଦର୍ଶନଙ୍କୁ ସରକାରୀ ସାହାଯ୍ୟ ମିଳନ୍ତା ସେ ସୁସ୍ଥ ହୋଇଯାଆନ୍ତେ ବୋଲି ତ୍ରିଲୋଚନ ‘ବଡ଼ ଖବର’ ମାଧ୍ୟମରେ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା