Masthead

ଭାଙ୍ଗିଦେଲେ ଠାକୁର ମଣ୍ଡପ

ଖଇରା (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ଡଗରାପଡ଼ା ପଞ୍ଚାୟତ ଅଧିନ ପୁରୁଷୋତ୍ତମପୁର ଗ୍ରାମର ଭଡ଼ାପଡ଼ିଆ ନିକଟରେ ଥିବା ଶନି ଠାକୁରଙ୍କ ମଣ୍ଡପକୁ କେହି ଭାଙ୍ଗିଦେଇଛି । ଏ ସମ୍ପର୍କରେ ଖଇରା ଥାନାରେ ପୁରୁଷୋତ୍ତମପୁରର ୨୦ରୁ ଉର୍ଦ୍ଧ୍ୱ ଲୋକେ ଅଭିଯୋଗ କରିଛନ୍ତି । ଗାରେ ଉତ୍ତେଜନା ଲାଗି ରହିଥିବାରୁ ପୋଲିସ ପୋଲିସ ମୁତୟନ କରାଯାଇଛି ।

ପୁରୁଷୋତ୍ତମପୁର ଗାଁର ସମାଜସେବୀ ଗୟାଧର ବିଶ୍ୱାଳ ଉଡା଼ପଡ଼ିଆରେ ଶନିମନ୍ଦିର ତିଆରି କରି ବର୍ଷେ ହେବ ପୂଜାର୍ଚ୍ଚନା କରିଆସୁଥିଲେ । ସେହି ଗାଁର ଜେ ଯୁବକ ଗୟାଧରଙ୍କୁ ମନ୍ଦିର ପ୍ରତିଷ୍ଠା କରିବା ଦିନଠାରୁ ବିରୋଧ କରି ଆସୁଥିଲେ । ମନ୍ଦିରକୁ ସେଠାରୁ ଅନ୍ୟତ୍ର ଉଠାଇ ନେବାକୁ ଧମକ ମଧ୍ୟ ଦେଉଥିଲେ ଯୁବକ ଜଣକ । ଗୟାଧର ମନ୍ଦିର ଚାରିପାଖରେ ସିମେଣ୍ଟ ଖୁଣ୍ଟି ପୋତିବା ସହ ତାର ଜାଲି ବୁଲାଇ ଦେଇଥିଲେ । ଯୁବକ ଜଣକ ତାଙ୍କର କିଛି ସହଯୋଗୀଙ୍କ ସହ ଶନିବାର ରାତିରେ ମଣ୍ଡପକୁ ଭାଙ୍ଗି ଦେଇଥିଲେ । ଗୟାଧରଙ୍କ ସହ ୨୦ରୁ ଅଧିକ ଲୋକେ ଏନେଇ ଥାନାରେ ଅଭିଯୋଗ କରିଛନ୍ତି । ଖଇରା ଥାନା ଅଧିକାରୀ ସୁବ୍ରତ କୁମାର ବେହେରା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା