Masthead

ଚାକିରି ଦେବା ନାଁରେ ଠକେଇ, ୨ ଗିରଫ

ବନ୍ତ(ବଡ଼ ଖବର ବ୍ୟୁରୋ): କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀରେ ଚାକିରି କରାଇବା ନାଁରେ ଟଙ୍କା ହଡ଼ପ। ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳର ବହୁ ବେକାର ଯୁବକଙ୍କ ଠାରୁ ଚାକିରିର ଲୋଭ ଦେଖାଇ ଟଙ୍କା ହଡ଼ପ କରିଥିବା ଅଭିଯୋଗ।  ଏଥିରେ ସମ୍ପୃକ୍ତ ୨ ଜଣ ବ୍ୟକ୍ତିଙ୍କୁ ବନ୍ତ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି

ଘଟଣାରୁ ପ୍ରକାଶ ଯେ ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ପାନପଦୀ ଗ୍ରାମର ବନମାଳୀ ବେହେରାଙ୍କ + ପାଠ ପଢିଥିବା ପୁଅ ସତ୍ୟପ୍ରକାଶ ବେହେରା ପାଠପଢା ପରେ ଚାକିରି ଅନ୍ବେଷଣରେ ଥିଲାବେଳେ ୨୦୨୦ ମସିହାରେ ଭଦ୍ରକ ଗ୍ରାମଞ୍ଚଳ ଥାନା ଗଣିଜାଙ୍ଗ ପଞ୍ଚାୟତ ବେଲଦା ଗ୍ରାମର କରୁଣାକର ରାଉତ ନାମକ ଜଣେ ବ୍ୟକ୍ତି ସିଆର.ପି.ଏଫ.ରେ ଚାକିରି କରାଇ ଦେବାର ପ୍ରଲୋଭନ ଦେଖାଇ କିସ୍ତିରେ ନଗଦ ୧ଲକ୍ଷ ୩୦ହଜାର ଟଙ୍କା ନେଇଥିଲେ I ଏପରିକି ଟଙ୍କା ନେବା ସମୟରେ ମାସ ମଧ୍ୟରେ ଚାକିରି ହୋଇଯିବ ବୋଲି ପ୍ରତିଶୃତି ଦେଇଥିଲେ ପ୍ରତିଶୃତି ମୁତାବକ ଚାକିରି ହେବାରୁ ସତ୍ୟପ୍ରକାଶ ବାରମ୍ବାର କରୁଣାକରଙ୍କୁ ଭେଟିଥିଲେ ମଧ୍ୟ ସେ ସମୟ ଗଡାଇ ଚାଲିଥିଲେ l ସମୟ ଅତିକ୍ରାନ୍ତ ହେଉଥିଲେ ମଧ୍ୟ ଚାକିରି ହେବାରୁ ସତ୍ୟପ୍ରକାଶ କରୁଣାକରଙ୍କୁ ଦେଇଥିବା ଟଙ୍କା ମାଗିଥିଲେ ଫଳରେ କରୁଣାକର ସତ୍ୟପ୍ରକାଶଙ୍କୁ ୧୯..୨୦୨୧ ତାରିଖରେ ୭୦ ହଜାର ଟଙ୍କାର ଷ୍ଟେଟ୍ ବ୍ୟାଙ୍କ ଚେକ୍ ଦେଇଥିଲେ ଉକ୍ତ ଚେକଟିକୁ ସତ୍ୟପ୍ରକାଶ ବ୍ୟାଙ୍କରେ ଲଗାଇବା ପରେ ତାହା ବାଉନ୍ସ ହୋଇ ଫେରି ଆସିଥିଲା

ପରବର୍ତ୍ତୀ ସମୟରେ ସତ୍ୟପ୍ରକାଶ କରୁଣାକରଙ୍କୁ ଭେଟି ବାବଦରେ ପଚାରିବାରୁ କରୁଣାକର ନାନାଦି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ ଫଳରେ ସତ୍ୟପ୍ରକାଶ ବନ୍ତ ଥାନାରେ ଗତ ୧୭.. ୦୨୧ ତାରିଖରେ ଲିଖିତ ଅଭିଯୋଗ କରିବାରୁ ପୁଲିସ କରୁଣାକରଙ୍କୁ ଥାନାକୁ ଡକାଇ ପଚରାଉଚରା କରିବା ପରେ ସେ ନେଇଥିବା ଟଙ୍କାକୁ ବନ୍ତ ଥାନା ନିଳୋକ ପଞ୍ଚାୟତ ଅନ୍ତର୍ଗତ ବୁଢ଼ଗଢିଆ ଗ୍ରାମର ଧରଣୀଧର ନାୟକଙ୍କ ପୁଅ କିଷାନ ନାୟକଙ୍କୁ ଦେଇଥିବା ପ୍ରକାଶ କରିଥିଲେ ଫଳରେ ପୁଲିସ କରୁଣାକର କିଷାନକୁ ଡକାଇ ପଚରା ଉଚରା କରିବା ପରେ ଉଭୟ ଅଭିଯୋଗକାରୀଙ୍କ ପାଖରୁ ଟଙ୍କା ନେଇଥିବା ସ୍ବୀକାର କରିବା ସହ ୦୭.୯.୨୦୨୧ ତାରିଖରେ ୭୦ ହଜାର ୦୭.୧୦.୨୧ ରିଖରେ ୬୦ ହଜାର ଟଙ୍କା ୨ୟ ପକ୍ଷଙ୍କୁ ସୁଝିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ପ୍ରତିଶୃତି ମୁତାବକ ଟଙ୍କା ନଦେବା ଯୋଗୁଁ ସତ୍ୟପ୍ରକାଶ ଗତ ତା .୧୧.୨୧ ରିଖରେ ୨ୟ ଥର ଅଭିଯୁକ୍ତ ମାନଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ ଫଳରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ କୌଶଳ କ୍ରମେ ଥାନାକୁ ଧରିଆଣି ତଦନ୍ତ ଜାରୀ ରଖିଥିଲେ ଏହି ଖବର ପ୍ରଚାରିତ ହୋଇଯିବା ପରେ ଉଭୟ ଦଲାଲ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ବହୁ ଯୁବକଙ୍କ ଠାରୁ ପ୍ରାୟ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡ଼ିବା ପରେ ସମାନ ଢଙ୍ଗରେ ନିଳୋକ ଅଞ୍ଚଳର ରତ୍ନାକର ବାରିକଙ୍କ ଠାରୁ ୫୫ ହଜାର ଟଙ୍କା ନେଇଥିବା ଅନ୍ୟ ଏକ ଅଭିଯୋଗ ହୋଇଥିଲା ଅଭିଯୋଗ ଗ୍ରହଣ କରି ପୁଲିସ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ବନ୍ତ ଥାନାରେ ୧୮୬/୨୧ ନମ୍ବରରେ ଏକ ମାମଲା ରୁଜ୍ଜୁ କରିବା  ସହ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି I

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା