Masthead

ଓଡ଼ିଆ ପୁଅଙ୍କୁ ଟୋକିଓ ଟିକେଟ

ବଲାଙ୍ଗୀର(ବଡ଼ ଖବର ବ୍ୟୁରୋ): ଓଡିଆ ପାରା ଆଥଲେଟ ପ୍ରମୋଦ ଭଗତଙ୍କୁ ଟୋକିଓ ଟିକଟ । ଓଡିଆ ପାରା ବ୍ୟାଡମିଂଟନ ଖେଳାଳି ପ୍ରମୋଦ ଭଗତଙ୍କୁ ମିଳିଛି ଟୋକିଓ ଟିକେଟ୍ । ବିଶ୍ୱମାନ୍ୟତାରେ ଏକ ନମ୍ବରରେ ଥିବା ଏହି ବ୍ୟାଡମିଂଟନ ଖେଳାଳି ଆଗାମୀ ଟୋକିଓ ପାରା ଅଲିମ୍ପିକ୍ସ ପାଇଁ ବିଦ୍ଧିବଦ୍ଧ ଯୋଗ୍ୟତା ମିଳିଥିବା ସ୍ପଷ୍ଟ କରାଯାଇଛି । ଅନ୍ୟ ଦୁଇ ଜଣଙ୍କ ସହିତ ପ୍ରମୋଦ ବିଦ୍ଧିବଦ୍ଧ ଯୋଗ୍ୟତା ହାସଲ କରିଥିବା ଭାରତୀୟ ବ୍ୟାଡମିଂଟନ ସଂଘ ଓ ଭାରତୀୟ ପାରାଲିମ୍ପିକ୍ସ କମିଟିକୁ , ବିଶ୍ୱ ବ୍ୟାଡମିଂଟନ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ପୁରୁଷ ସିଙ୍ଗଲସରେ ପ୍ରମୋଦଙ୍କ ସହିତ ତରୁଣ ଅରୁଣ ଏବଂ କ୍ରିଷ୍ଣା ନାଗରଙ୍କୁ ମଧ୍ୟ ଟୋକିଓ ଟିକେଟ୍ ମିଳିଛି । ଏହି ଖବର ଜଣାପଡିବା ପରେ ଓଡିଶା କ୍ରୀଡା ମହଲରେ ଖୁସି ଖେଳି ଯାଇଛି ।

ସୂଚନାଯୋଗ୍ୟ ଯେ ପାଖାପାଖି ୪୦ ଅନ୍ତର୍ଜାତୀୟ ପଦକ ଜିତି ସାରିଥିବା ପ୍ରମୋଦ ଏବେ ଚମତ୍କାର ଫର୍ମରେ ଅଛନ୍ତି। କରୋନା କଟକଣା ସତ୍ତ୍ବେ ଚଳିତବର୍ଷ ହିଁ ୩ଟି ଅନ୍ତର୍ଜାତୀୟ ସ୍ବର୍ଣ୍ଣ ଜିତିଛନ୍ତି। ୨୦୧୯ ମସିହାରେ ଓଡ଼ିଶାର ଅଷ୍ଟମ କ୍ରୀଡ଼ାବିତ୍ ଭାବେ ସମ୍ମାନଜନକ ଅର୍ଜୁନ ପୁରସ୍କାର ଜିତିଥିବା ପ୍ରମୋଦ ରାଜ୍ୟକୁ ଏଥର ଏକ ଅଲିମ୍ପିକ୍ସ ପଦକ ଆଣିବେ ବୋଲି ଆଶା କରାଯାଉଛି । ସେପଟେ ଦୌଡ଼ ରାଣୀ ଦୂତି ଚାନ୍ଦ, ଶ୍ରାବଣୀ ନନ୍ଦଙ୍କ ସହ ଅନ୍ୟୂନ ୫-୬ ଜଣ ଓଡ଼ିଆ ହକି ତାରକା ଟୋକିଓ ଅଲିମ୍ପିକ୍ସରେ ଖେଳୁଥିବାର ଦେଖିବାକୁ ମିଳିବେ ବୋଲି ରାଜ୍ୟ କ୍ରୀଡ଼ା ବିଶାରଦମାନେ ଆଶାପ୍ରକାଶ କରିଛନ୍ତି। ଆଗାମୀ ଟୋକିଓ ପାରାଲିମ୍ପିକ୍ସ ଚଳିତ ବର୍ଷ ଅଗଷ୍ଟ ୨୪ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୫ ତାରିଖରେ ଶେଷ ହେବ। ଏଥିରେ ୨୨ କ୍ରୀଡ଼ା ଶୃଙ୍ଖଳ ସାମିଲ ଥିଲାବେଳେ ୫୪୦ ଇଭେଣ୍ଟ ରହିଛି। ସାରା ବିଶ୍ଵର ପାଖାପାଖି ୪୪୦୦ ଆଥଲେଟ ଏଥିରେ ପ୍ରତିଦ୍ଵନ୍ଦିତା କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ