Masthead

ହିମାଚଳରେ ପ୍ରକୃତିର ତାଣ୍ଡବ ନେଲାଣି ୮୦ରୁ ଅଧିକ ଜୀବନ

ହିମାଚଳ (ବଡ଼ ଖବର ବ୍ୟୁରୋ): ଦେବ ଭୂମିରେ ପ୍ରକୃତିର ତାଣ୍ଡବ । ହିମାଚଳ ପ୍ରଦେଶରେ ହାହାକାର । ୫ ଦିନର ପ୍ରଳୟରେ ନିଜ ଆତ୍ମିୟସ୍ବଜନଙ୍କ ମୃତଦେହ ଖୋଜୁଛନ୍ତି ସମ୍ପର୍କୀୟ । ସିମଲାର ସମରହିଲ ଅଞ୍ଚଳରେ ୧୪ ଅଗଷ୍ଟରେ ଘଟିଥିବା ଭୂସ୍ଖଳନ ଅନେକଙ୍କୁ କରିଦେଇଛି ଅନାଥ । ଉଜାଡି ଦେଇଛି ଅନେକଙ୍କ ପରିବାର । ଏହାପରେ ବି ଶାନ୍ତ ପଡିନି ପ୍ରକୃତିର ତାଣ୍ଡବ । ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଘଟୁଛି ଅଘଟଣ । ୧ହଜାରରୁ ଅଧିକ ଘର ଧସିଯାଇଛି । ମୃତ୍ୟୁ ସଂଖ୍ୟା ୮୦ରୁ ଅଧିକ ହୋଇଥିବାବେଳେ ଆହୁରି ଅନେକ ଶବ ମାଟିତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି ।

ମହାବିପତ୍ତି ପରେ ଚାଲିଛି ରେସ୍କ୍ୟୁ ଅପରେସନ । ସିମଲାର ସମରହିଲ, କାଙ୍ଗ୍ରା ଜିଲ୍ଲାର ଇନ୍ଦୋରା ଓ ଫତେପୁରରେ ଏନଡିଆରଏଫ, ଏସଡିଆରଏଫ ଓ ଅନ୍ୟାନ୍ୟ ବାହିନୀ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ପ୍ରଳୟର କରାଳ ରୂପରେ ଉତ୍ତରାଖଣ୍ଡ ବି ଥରହର ହୋଇଉଠିଛି । ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଡେରାଡୁନର ଲାଙ୍ଘା ଲଖନରେ ଜାରି ରହିଛି ରେସ୍କ୍ୟୁ ଅପରେସନ । ଋଷିକେଶସ୍ଥିତ ରାମ ଝୁଲାରେ ଫାଟ ଦେଖାଦେବାରୁ ରାମ ଝୁଲାରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି । ଡେରାଡୁନର ଜଖନରେ ବି ଧସିଯାଇଛି ବହୁ ଘର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ