Masthead

ପାକିସ୍ତାନରେ ଅର୍ଦ୍ଧାଧିକ ଭୋକିଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):  ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ । ଦରଦାମ୍ ସ୍ଥିତି ବେଲଗାମ ହୋଇପଡ଼ିଥିବାରୁ ବଞ୍ଚିବା ଲାଗି ସାଧାରଣ ଲୋକମାନେ ସଂଘର୍ଷ କରୁଛନ୍ତି। ଖାଇବା ଯୋଗାଡ଼ କରିବା ଆଉ ସମ୍ଭବ ହେଉନାହିଁ। ସେଥିପାଇଁ ବହୁ ଲୋକ ଥରେ ରୋଷେଇ କରି ତାହାକୁ ତିନି ବେଳା ଖାଉଛନ୍ତି। କିଛି ପରିବାର ଲୋକେ ମଧ୍ୟ ପିଲାଙ୍କ ପାଠପଢ଼ା ବନ୍ଦ କରିଦେଲେଣି। ସେମାନଙ୍କ ସ୍କୁଲ ଖର୍ଚ୍ଚ ବହନ କରିବା ସମ୍ଭବପର ହେଉନି। ଅର୍ଥ ସଞ୍ଚୟ କରିବା ଲାଗି କମ୍ ଖାଇବା ଏବଂ କମ୍ ଯାତାୟାତ କରିବା ଉପରେ ଲୋକମାନେ ମନୋନିବେଶ କରିଛନ୍ତି। ପାକିସ୍ତାନର ଜଣେ ମହିଳା କହିଛନ୍ତି ଯେ ମାସକୁ ଯେତିକି ରୋଜଗାର ହେଉଛି ଖର୍ଚ୍ଚ ତା’ଠାରୁ ଦୁଇଗୁଣା ଅଧିକ ହେଲାଣି।

ଅଟା ଆଉ ମିଳୁନି କହିଲେ ଭୁଲ ହେବନି। ଅଟା ବସ୍ତା ପାଇବା ଲାଗି ପିଲାମାନଙ୍କୁ ଦିନତମାମ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଅଟା ଏତେ ମହଙ୍ଗା ହୋଇଛି ଯେ ତାହାକୁ କିଣିବା କଷ୍ଟକର ହୋଇପଡ଼ିଛି। ସେ କହିଛନ୍ତି ଯେ ଆମେ ପୂର୍ବରୁ ତିନି ବେଳା ରୋଷେଇ କରି ଖାଉଥିଲୁ। ଏବେ ଗୋଟିଏ ବେଳା ରୋଷେଇ କରି ତାହାକୁ ଭାଗ ଭାଗ କରି ତିନି ବେଳା ଖାଉଛୁ। ସେପଟେ ପା‌କିସ୍ତାନରେ ମୁଦ୍ରାସ୍ଫୀତି ହାର ୩୧%ରୁ ଅଧିକ ହୋଇଛି ଯାହା ଗତ ୫୮ ବର୍ଷରେ ସର୍ବାଧିକ। ପେଟ୍ରୋଲ ଓ ଡିଜେଲ୍ ଦାମ୍ ଆକାଶଛୁଆଁ ସ୍ତରରେ ପହଞ୍ଚିଛି। ପେଟ୍ରୋଲ୍‌ ଦାମ୍ ୨୬୭ ଟଙ୍କା ହୋଇଥିବାରୁ ଲୋକମାନେ ନିଜ ଗାଡ଼ି ବ୍ୟବହାର କରିବା ପୂର୍ବରୁ ଦୁଇ ଥର ଭାବୁଛନ୍ତି। ବସ୍‌ ଭଡ଼ା ମଧ୍ୟ ଦୁଇ ଗୁଣା ବଢ଼ିଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ